Sat. May 16th, 2026

ଚାରିଟି ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ

295 Views

ଭୁବନେଶ୍ୱର : ଖାଲି ପଡ଼ିଥିବା ରାଜ୍ୟର ୪ ରାଜ୍ୟସଭା ଆସନ ନିମନ୍ତେ ଆଜି ଅପରାହ୍ଣରେ ବିଜୁ ଜନତା ଦଳର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପକ୍ଷରୁ ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଭାବେ ସୁବାସ ସିଂହ, ସୁଜିତ କୁମାର, ମମତା ମହାନ୍ତ ଓ ମୁନ୍ନା ଖାଁଙ୍କ ନାମ ଘୋଷଣା କରିଛନ୍ତି।

ସୁବାସ ସିଂହ ଓଡ଼ିଶା ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ମୁନ୍ନା ଖାଁ ସଂଖ୍ୟାଲଘୁ ବ୍ୟାପାର ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିପରି ସୁଜିତ କୁମାର ସ୍ୱତନ୍ତ୍ର ବିକାଶ ପରିଷଦ୍‌ର ଉପଦେଷ୍ଟା ଥିବା ବେଳେ ମମତା ମହାନ୍ତ ମୟୂରଭଞ୍ଜ ବିଜେଡି ମହିଳା ଶାଖାର ସଦସ୍ୟା ଅଛନ୍ତି।

ଏହାଛଡ଼ା ମୁଖ୍ୟମନ୍ତ୍ରୀ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ସୁବାସ ସିଂହଙ୍କ ସ୍ଥାନରେ ଓଡ଼ିଶା ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ମାର୍ଚ ୨୬ ତାରିଖରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ନିମନ୍ତେ ଭୋଟ୍‌ ଗ୍ରହଣ କରାଯିବ।

By amfnews

Related Post