Mon. Sep 7th, 2026
278 Views

ଭୁବନେଶ୍ବର:  ଚଳିତ ବର୍ଷ  ହୋଲି ଖେଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ସୂଚନା  ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି । ତେବେ କରୋନା ଭାଇରସକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସେପଟେ କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହୋଲି ଖେଳିବେନି ବୋଲି ନିକଟରେ ଟୁଇଟ କରି କହିଥିଲେ । ତେବେ ଭିଡରୁ ଦୂରେଇ ରହିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେବାପରେ ଏଭଳି ଟୁଇଟ୍ କରିଥିଲେ ମୋଦୀ । ସେଥିପାଇଁ ହୋଲି ମିଳନ ଉତ୍ସବରେ ସେ ସାମିଲ ହେବେନି । ସାରା ଦେଶରେ ହୋଲି ଉତ୍ସବକୁ ଏଥର ଫିକା କରିଦେଇପାରେ କରୋନା । ଏହି ଭାଇରସ ସଂକ୍ରମିତ ବ୍ୟକ୍ତିର କାଶ, କଫ ଏବଂ ଅତି ନିକଟତର ହେଲେ ସଂକ୍ରମଣ ହେବାର ସମ୍ଭାବନା ରହିଛି । ସଂକ୍ରମିତ ବ୍ୟକ୍ତିର କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସେ ପାଖ ଲୋକଙ୍କୁ ସଂକ୍ରମିତ କରିପାରିବାର ଆଶଙ୍କା ରହିଛି ।

ଏପଟେ ଚଳିତ ବର୍ଷ ହୋଲି ଖେଳିବେ ନାହିଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ହୋଲି ମିଳନ ଯୋଗୁ କରୋନା ଭାଇରସ୍ ସଂକ୍ରମଣର ଆଶଙ୍କା ଥିବାରୁ ରାଜ୍ୟପାଳ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। କୌଣସି ହୋଲି ମିଳନ କିମ୍ବା ହୋଲି ଉତ୍ସବରେ ମଧ୍ୟ ସେ ଯୋଗ ଦେବେ ନାହିଁ। କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ସତର୍କତାମୂଳକ ପଦକ୍ଷେପ ନେବା ସହ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

By amfnews

Related Post