Sat. Jun 13th, 2026

ଗଡ଼କରୀଙ୍କୁ ଚିଠି ଲେଖିଲେ ନବୀନ : ୧୨୬୨ କୋଟିର ସଡ଼କ ପ୍ରକଳ୍ପକୁ ମଞ୍ଜୁର କର

343 Views

ଭୁବନେଶ୍ବର , ଜାନୁଆରୀ ୧୭ : କେନ୍ଦ୍ରୀୟ ରାସ୍ତା ପାଣ୍ଠି ଯୋଜନାରେ ରାଜ୍ୟ‌େର ୧୨୬୧.୯୮ କୋଟି ଟଙ୍କା‌ ବ୍ୟୟ‌େର ୩୦ଟି ପ୍ରକଳ୍ପ କରିବାକୁ ରାଜ୍ୟ ସରକାର ଡିସେମ୍ବର ୨୦, ୨୦୧୮ରେ ସଡ଼କ ପରିବହନ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାକୁ ଅନୁମୋଦନ କରାଗଲାନି। ରାଜ୍ୟର ଆଦିବାସୀ ଏବଂ ପଛୁଆ ଅଞ୍ଚଳ ପାଇଁ ଏହି ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏହାକୁ ତୁରନ୍ତ ମଞ୍ଜୁର କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୩୦ଟି ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟରୁ ୨୯ଟି ପ୍ରକଳ୍ପ ରାସ୍ତା ସମ୍ପ୍ରସାରଣ, ସୁଦୃଢ଼ୀକରଣ ପାଇଁ ଥିବାବେଳେ ଗୋଟିଏ ଏନ୍ଏଚ୍‌-୧୬ରେ ହଳଦିପଡ଼ାରୁ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ସୁବର୍ଣ୍ଣରେଖା ନଦୀ ଉପରେ ହାଇଲେଭେଲ୍‌ ବ୍ରିଜ୍ ନିର୍ମାଣ ପାଇଁ ଅଛି। ଏହି ପ୍ରକଳ୍ପ ମଧ୍ୟରେ ଗୋଟିଏ ପୁରୀ ଜିଲ୍ଲାରେ ଅଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ହେବ। ସେହିପରି ବାକି ପ୍ରକଳ୍ପଗୁଡ଼ିକ ରାଜ୍ୟର ୧୩ଟି ଜିଲ୍ଲା ଦେଇ ଯାଉଥିବାବେଳେ ଏହା ମୁଖ୍ୟତଃ ଆଦିବାସୀ ଏବଂ ପଛୁଆ ଅଞ୍ଚଳ ଦେଇ ଯାଉଛି। ତେଣୁ ଏହାର ଗୁରୁତ୍ବ ଅଛି। ସେହିପରି ଓଡ଼ିଶା ପାଇଁ ଗତବର୍ଷ କି ଚଳିତବର୍ଷ କେନ୍ଦ୍ରୀୟ ରାସ୍ତା ପାଣ୍ଠି ଯୋଜନାରେ ‌େକୗଣସି ପ୍ରକଳ୍ପ ଅନୁମୋଦନ ହୋଇନି। ତେଣୁ ଏହି ସବୁ ପ୍ରକଳ୍ପକୁ ତୁରନ୍ତ ଅନୁମୋଦନ କରିବାକୁ ନବୀନ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି।

By amfnews

Related Post