Sat. Jul 25th, 2026

ମାଟି ତଳୁ ବାହାରୁଛି ଗରମ ପାଣି ଓ ଧୂଆଁ!

210 Views

ଚାନ୍ଦବାଲି, ଜାନୁଆରୀ ୧୭ : ଚାନ୍ଦବାଲି ବ୍ଲକ କରଞ୍ଜମାଳ ପ˚ଚାୟତ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଟ୍ରାନ୍ସଫର୍ମର ପାଇଁ ଆର୍ଥି˚ ବସାଇବା ଲାଗି ମାଟି ଖୋଳା ଯାଉଥିବା ବେଳେ ମାଟି ତଳୁ ବାହାରୁଛି ଧୂଆଁ ଓ ଗରମ ପାଣି। ଯାହାକୁ ନେଇ ବୋରି˚ କରୁଥିବା ଲୋକମାନେ ଭୟଭୀତ ହେବା ସହ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

କରମାଳ ପ˚ଚାୟତ କରଞ୍ଜମାଳ ଗାଁରେ ଗତ ଦୁଇ ଦିନ ହେଲା ଟ୍ରାନ୍ସଫର୍ମରରୁ ଆର୍ଥି˚ ତାର ବାରମ୍ବାର ପୋଡ଼ି ଯିବାରୁ ସ୍ଥାନୀୟ ବିଦ୍ୟୁତ ବିଭାଗର କର୍ମଚାରୀ ଟ୍ରାନ୍ସଫରରୁ ଆର୍ଥି˚ ଲାଇନ କାଟି ଦେଇଥିଲେ। ଅନ୍ୟ ଏକ ସ୍ଥାନରେ ଆର୍ଥି˚ ପାଇଁ ଆଜି ବୋରି˚ କରାଯାଉଥିଲା। ମାତ୍ର ମାଟିର ୫ଫୁଟ ପର୍ଯ୍ୟନ୍ତ ବୋରି˚ କରାଯିବା ପରେ ହଠାତ ଉକ୍ତ ସ୍ଥାନରୁ ଗରମ ଧୂଆଁ ସହିତ ଗରମ ପାଣି ବାହାରିବାରୁ କାମ କରୁଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ଏନେଇ କିଛି ଲୋକଙ୍କୁ ଜଣାଇବା ପରେ ଖବର ପ୍ରଚାରିତ ହୋଇଥିଲା। ଏହାକୁ ଦେଖିବା ପାଇଁଁ ଘଟଣାସ୍ଥଳରେ ଶତାଧିକ ଗ୍ରାମବାସୀ ପହଞ୍ଚିଥିଲେ। ମାଟିର ୫ଫୁଟ୍‌ ପର୍ଯ୍ୟନ୍ତ ବୋରିଂ କରାଯାଇଥିଲେ ବି ଅଳ୍ପ ଦୂରତାରେ ତଳେ ପାଣି ମଧୢ ଦେଖାଯାଉଛି।

ଉକ୍ତ ପାଣିକୁ ବାହାର କରିବାରୁ ତାହା ଗରମ ଲାଗୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏ ନେଇ ଲୋକଙ୍କ ମନରେ ‌ଯେତିକି ଉତ୍ସୁକତା ବଢ଼ିଥିଲା ସେତିକି ମଧ୍ୟ ଭୟ ଲାଗି ରହିଥିଲା। ବୋରି˚ ହୋଇଥିବା ସ୍ଥାନ ଠାରୁ ୩ଫୁଟ୍‌ ଛାଡ଼ି ଆଉ ଏକ ସ୍ଥାନରେ ବୋରିଂ କରାଯାଇଥିଲେ ବି ସେଠାରେ ମଧ୍ୟ ସେହି ଏକା ଅବସ୍ଥା ହୋଇଥିଲା। ଏହାର କାରଣ ଗ୍ରାମବାସୀ କି ବୋରିଂ କରୁଥିବା ମିସ୍ତ୍ରୀମାନେ ଜାଣିପାରି ନ ଥିଲେ ବି ମାଟି ତଳେ କୈାଣସି ଗ୍ୟାସ ରହିଯାଇଥିବା ବେଳେ ବୋରି˚ ପରେ ତାହା ବାୟୁ ସ˚ସ୍ପର୍ଶରେ ଆସି ଉତ୍ତପ୍ତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏ ନେଇ ତଦନ୍ତ କଲେ ଜଣାପଡିବ ବୋଲି ଗ୍ରାମବାସୀ କହିଛନ୍ତି।

By amfnews

Related Post