Thu. Aug 27th, 2026

ଗ୍ରିନ୍ ସିଗ୍ନାଲ୍ ବିନା ନେପାଳକୁ ରପ୍ତାନି ହୋଇପାରିବ ନାହିଁ କଞ୍ଚାମାଲ : ଭାରତୀୟ ବ୍ୟବସାୟୀଙ୍କ ମୁଣ୍ଡରେ ଚଡ଼କ

218 Views

ମହାରାଜଜଙ୍ଗ : ଭାରତରୁ ରପ୍ତାନି ହେଉଥିବା ସମସ୍ତ ଫଳ ଓ ପନିପରିବାର ଯାଞ୍ଚ କରାଯିବା  ପରେ ହିଁ ନେପାଳକୁ ଯାଇପାରିବ  । ଏପରି ଖବର ଆସିବା ପରେ ସମସ୍ତ ଭାରତୀୟ ବ୍ୟବସାୟୀରଙ୍କ ମୁଣ୍ଡରେ ଏଖ ପ୍ରକାର ଚଡ଼କ ପଡ଼ିଛି । । ବତ୍ତମାନ ଭାରତରୁ ସେହି ସବୁ ପରିବା ଓ ଫଳ ନେପାଳକୁ ପଠାଯାଇପାରିବ ଯାହାର ଲ୍ୟାବ ଟେଷ୍ଟ ପରେ ନୀଳ ରଙ୍ଗର ପତବା ଦେଖାଯାଉଥିବ । ଫଳ ଏବଂ ପନିପରିବାରେ  କେମିକାଲ ମିଶାଯାଉଥିବାରୁ ନେପାଳ ସରକାର ଏହି ପଦକ୍ଷେପ ନେଇଛନ୍ତି । ନେପାଲ କଷ୍ଟମ ଏହି ଆଦେଶରକୁ ଦୃଢ଼ୀକୃତ କରିଛି । ନେପାଳ ସରକାରଙ୍କ ନୂଆ ଆଦେଶ ଦ୍ୱାରା ଭାରତର ଫଳ ଓ ପନିପରିବା କାରବାରରେ ସମସ୍ୟା ଦେଖାଦେଇପାରେ ।


ଭାରତ ନେପାଳର ମଧ୍ୟସ୍ଥ ସୋନାଉଲି ସୀମା ଠାରୁ ପ୍ରତିଦିନ ଛୋଟ ବଡ଼ ମିଶି ପାଖାପାଖି ଶହେ ମାଲବାହିନୀ ଗୋଡ଼ିରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କାନପୁର, ବସ୍ତୀ, ବନାରସ, ଗିରଖପୁର, କୁଶୀନଗର, ଦେବରିୟା ଏବଂ ମହରାଜଗଂଜ ପ୍ରମୁଖ ଜିଲ୍ଲାରୁ ପନିପରିବା ଏବଂ ଫଳ ନେପାଳକୁ ପଠାଯାଏ ।
ବ୍ୟବସାୟୀମାନଙ୍କ କହିବା ଅନୁସାରେ, ନେପାଳ ସରକାରଙ୍କ ଏହି ନିୟମ ଛୋଟ ବ୍ୟବସାୟୀମାନଙ୍କ ଉପରେ ଅଧିକ ପ୍ରଭାବ ପକାଇପାରେ । ମହାରାଜଜଙ୍ଗ ଜିଲ୍ଲା ଅଧିକାରୀ ଅମରନାଥ ଉପାଧ୍ୟାୟା କହିଛନ୍ତି, ନେପାଳ ସରକାର ଏହି ଆଦେଶ ବିଷୟରେ  କୌଣସି ସୂଚନା ମିଳି ନାହିଁ ।
ନେପାଳର ଭୈରବ କଷ୍ଟମ ଚିଫ “କମଲ ଭଟରାଇ”ଙ୍କ କହିବା ଅନୁସାରେ, ସରକାର ଏ ବାବଦରେ ମୌଖିକ ନିର୍ଦ୍ଧେଶ ଦେଇ କହିଛନ୍ତି ଯେ, ବିନା ଯାଞ୍ଚ ରିପୋର୍ଟରେ କଞ୍ଚାମାଲ ଫଳ ବା ପନିପରିବା କୁ ଭାରତରୁ ନେପାଳକୁ ପ୍ରବେଶ କରାଯିବ ନହିଁ  । ଖୁବ୍ ଶିଖ୍ର ଏହାର ଲିଖିତ ଆଦେଶ ମଧ୍ୟ  ପ୍ରକାଶ ପାଇବ ।

By amfnews

Related Post