Mon. Jul 6th, 2026

ମହିଳା ସାମ୍ବାଦିକଙ୍କ ଉପରକୁ ଗୁଳିମାଡ଼

174 Views

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି ଚଳାଇଛନ୍ତି। ତାଙ୍କ ନାଁ ମିତାଲି ଚଣ୍ଡୋଲା । ତାଙ୍କ ହାତରେ ଗୁଳି ବାଜିଛି। ତେବେ ସେ ବିପଦମୁକ୍ତ ଅଛନ୍ତି।

ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ମିତାଲି ଦିଲ୍ଲୀର ବସୁନ୍ଧରା ଏନ୍କ୍ଲେଭ୍ ବାହାରେ କାର୍ରେ ଥିବା ବେଳେ ତାଙ୍କ ଉପରକୁ ଗୁଳି ଚଳା ଯାଇଥିଲା। ଦୁଇ ରାଉଣ୍ଟ ଗୁଳି ତାଙ୍କ କାରକୁ ଲକ୍ଷ୍ୟ କରି ମରାଯାଇଥିଲା। ସେଥିରୁ ଗୋଟିଏ କାରର କାଚ ଝରକା ଦେଇ ତାଙ୍କ ହାତରେ ବାଜିଥିଲା। ଗୁଳିମାଡ଼ କରିବା ପରେ ଦୁର୍ବୃତ୍ତମାନେ ତାଙ୍କ କାର ଉପରକୁ ଅଣ୍ଡାମାଡ଼ କରିଥିଲେ।

ପୁଲିସ୍ ଘଟଣାର ତଦନ୍ତ କରୁଛି। ବ୍ୟକ୍ତିଗତ ଶତ୍ରୁତାରୁ ବି ଏପରି ଘଟିଥାଇପାରେ ବୋଲି ପୁଲିସ୍ ସନ୍ଦେହ କରୁଛି। କାରଣ ମିତାଲିଙ୍କର ତାଙ୍କ ପରିବାର ସହିତ ଭଲ ସଂପର୍କ ନାହିଁ ବୋଲି ପୁଲିସ୍ ଶୁଣିବାକୁ ପାଇଛି। ପୁଲିସ୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଲାଇଛି।

By amfnews

Related Post