Sun. Oct 18th, 2026

ଗୁଡ଼ି ସୂତାରେ ଛନ୍ଦି ହୋଇ ଫାଶୀ ଦେଲା ପରି ମରିଛି ଶୁଆ

1,238 Views

ନୂଆଦିଲ୍ଲୀ, ଜାନୁଆରୀ ୧୬ : ନିକଟରେ ବିଦିତାବାଗ୍‌ ନାମ୍ନା ଜଣେ ଟୁଇଟର୍‌ ବ୍ୟବହାରକାରୀ ଗୁଡ଼ି ସୂତାରେ ଛନ୍ଦି ହୋଇ ପ୍ରାଣ ହରାଇଥିବା ଗୋଟାଏ ସୁନ୍ଦର ଶୁଆର ଦୁଃଖଦ ଫଟୋ ପୋଷ୍ଟ୍‌ କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ସେୟାର୍‌ ହୋଇ ଚାଲିଥିବା ସେ ଫଟୋରେ ଶୁଆଟିଏ ମାଞ୍ଜାସୂତାରେ ଶୁଆଟି ଫାଶି ଦେଇ ଜୀବନ ହରାଇଲା ଦେଖାଯାଉଛି।

ସେ ମହାଶୟା ଫଟୋ ତଳେ ଉଲ୍ଲେଖ କରିଥିବା ବାର୍ତ୍ତାଟି ହେଉଛି: ଆମେ ଲଜ୍ଜାରେ ମଥାନତ କରୁଛୁ। ଅନ୍ତରକୁ ବାଧୁଥିବା ଏହି ଚିତ୍ରଟିକୁ ‘କାଇ ପୋ ଚେ’ ଶୀର୍ଷକ ଦେଇ ସେୟାର୍‌ କରିଛନ୍ତି ଭାଓ୍ଵିକ୍‌ ଠାକର। ଏହି ସୁନ୍ଦର ଜୀବମାନଙ୍କର ଦୁର୍ଦ୍ଦଶାକୁ ଉଚିତ ଭାବେ ଦର୍ଶାଇଥିବାରୁ ତାଙ୍କୁ ଧନ୍ୟବାଦ। ଦୁର୍ଯୋଗକୁ ଗୁଡ଼ି ଉଡ଼ା ପର୍ବ ସମୟରେ ଶହ ଶହ ପକ୍ଷୀ ପ୍ରାଣ ହରାଉଛନ୍ତି। ଚୀନ୍‌ ନିର୍ମିତ ମାଞ୍ଜା ସୂତା ବ୍ୟବହାର ବନ୍ଦ କରନ୍ତୁ।

‘କାଇ ପୋ ଚେ’ ହେଉଛି ଏକ ଗୁଜରାଟୀ ଶବ୍ଦ। ଗୁଡ଼ି ଉଡ଼ାଇବା ସମୟରେ କେହି କୌଣସି ପ୍ରତିଦ୍ୱନ୍ଦ୍ୱିଙ୍କ ଗୁଡ଼ିକୁ କାଟି ଦେଲେ ଏ କଥା କହିଥାଏ।

By amfnews

Related Post