Sat. May 23rd, 2026

ରେଙ୍ଗାଲି ଡ୍ୟାମରେ ଭାସୁଥିବା କଲରାପତରିଆ ବାଘର ମୃତଦେହ ଉଦ୍ଧାର

305 Views

ଅନୁଗୁଳ, ଜାନୁଆରୀ ୧୬ : ଆଜି ସକାଳେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଖମାର ବନାଞ୍ଚଳ ଅନ୍ତର୍ଗତ ମାଙ୍କଡ଼ଚୁଆ ଗାଁ ନିକଟସ୍ଥ ରେଙ୍ଗଲି ଡ୍ୟାମ୍‌ରୁ ଏକ ଯୁବ ବୟସର କଲରାପତରିଆ ବାଘର ମୃତଦେହ ଜବତ କରାଯାଇଛି। ବନବିଭାଗ କଲରାପତରିଆ ବାଘର ମୃତଦେହ ଜବତ କରି ଏହାର ବ୍ୟବଛେଦ ପାଇଁ ପଠାଇଛି।

ଅନୁଗୁଳ ଜିଲ୍ଲା ଖମାର ବନାଞ୍ଚଳ ଅଧିକାରୀ ରମାକାନ୍ତ ସେଠୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ରେଙ୍ଗଲି ଡ୍ୟାମ୍‌କୁ ମାଛ ମାରିବାକୁ ଯାଇଥିିବା କିଛି ଲୋକ ମାଙ୍କଡ଼ଚୁଆ ଗ୍ରାମ ନିକଟରେ ରେଙ୍ଗଲି ଡ଼୍ୟାମ୍‌ କୂଳରେ ଗୋଟିଏ ବାଘର ମୃତଦେହ ଭାସୁଥିବା ଦେଖିଥିଲେ। ଏହା ପ୍ରଚାରିତ ହେବା ପରେ ଶହ ଶହ ଲୋକ ରେଙ୍ଗଲି ଡ୍ୟାମର ମାଙ୍କଡ଼ଚୁଆ ଗାଁ ନିକଟରେ ପହଞ୍ଚି ମୃତ ବାଘଟିକୁ ଦେଖିବାକୁ ଭିଡ଼ କରିଥିଲେ। ପରେ ବନବିଭାଗ ପକ୍ଷରୁ ଏହି ବାଘଟିକୁ ପାଣିରୁ ଉଦ୍ଧାର କରାଯାଇଛି । ମୃତ କଲରାପତରିଆ ବାଘର ପାଟିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲେ ମଧ୍ୟ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ। ତେବେ ଏହି ବାଘଟି ଅନ୍ୟ କେଉଁ ଅଞ୍ଚଳରେ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିବା ପରେ ଭାସିଭାସି ଆସି ଏଠାରେ ଲାଗିଥିବା ଶ୍ରୀ ସେଠୀ କହିଛନ୍ତି।

By amfnews

Related Post