Fri. May 15th, 2026

ଗୁଇନ୍ଦା ସୂତ୍ରରୁ ମିଳିଲା ସୂଚନା: ବୁରହାନ ୱାନି ଶ୍ରାଦ୍ଧ ଦିବସରେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ

200 Views

ନୂଆଦିଲ୍ଲୀ : ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ବୁରହାନ ୱାନି ଶ୍ରାଦ୍ଧ ଦିବସରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ। ଗୁଇନ୍ଦା ସୂତ୍ରରୁ ଏଭଳି ସୂଚନା ମିଳିବା ପରେ ସର୍ତକ ହୋଇଉଠିଛି ଜମ୍ମୁ-କାଶ୍ମୀର ପୋଲିସ। ଆସନ୍ତା ୮ ତାରିଖରେ ଏଭଳି ଆକ୍ରମଣ କରିବା ନେଇ ସୀମା ସେପାରିରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। କାରଣ ଜୁଲାଇ ୮ରେ ସେନାର ଗୁଳିରେ ଆତଙ୍କବାଦୀ ବୁରହାନ ୱାନି ମୃତ୍ୟୁବରଣ କରିଥିଲା।

ଜମ୍ମୁ-କାଶ୍ମୀରରେ ପୁଣିଥରେ ଅଶାନ୍ତର ବାତାବରଣ ସୃଷ୍ଟି କରିବାକୁ ପୁଣିଥରେ ସୀମା ସେପାରିରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଆଉ ଏଥିପାଇଁ ୬ରୁ ୮ ଜଣ ପ୍ରଶିକ୍ଷିତ ଆତଙ୍କବାଦୀ ଭାରତୀୟ ସୀମା ମଧ୍ୟରେ ଅନୁପ୍ରବେଶ କରି ସାରିଥିବା ନେଇ ଗୁଇନ୍ଦା ସୁତ୍ରରୁ ସୂଚନା ମିଳିଛି। ତେଣୁ ଏହି ଆତଙ୍କବାଦୀ କୌଣସି ବଡ଼ ଧରଣର ଆକ୍ରମଣ କରିବା ପୂର୍ବରୁ କିଭଳି ଏମାନଙ୍କୁ ଗିରଫ କରାଯାଇ ପାରିବ ତାହା ଏବେ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୮ରେ ବଡ଼ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀଙ୍କୁ ସୀମା ସେପାରିରୁ ନିର୍ଦ୍ଦେଶ ମିଳିଛି। ବୁରହାନ ୱାନି ମୃତ୍ୟୁର ପ୍ରତିଶୋଧ ପାଇଁ ଏଭଳି ଆକମ୍ରଣ କରିବାକୁ ଷଡ଼ଯନ୍ତ୍ର କରାଯାଇଛି। ଖାଲି ଏତିକି ନୁହେଁ କାଶ୍ମୀରରେ ସ୍ଥାନୀୟ ଯୁବକଙ୍କୁ ନିଜ ସଙ୍ଗଠନରେ ସାମିଲ କରିବାକୁ ବୁରହାନ ୱାନିଙ୍କୁ ପୋଷ୍ଟରବୟ ଭାବେ ସଜାଇଛନ୍ତି ଆତଙ୍କବାଦୀ। ଏହାପୂର୍ବରୁ ବୁରହାନ ୱାନିର ଏନକାଉଣ୍ଟର ପରେ କାଶ୍ମୀର ଘାଟି ଅଞ୍ଚଳରେ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା।

By amfnews

Related Post