Wed. Jul 29th, 2026

ଆର୍‌ଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମହିଳାଙ୍କୁ ଆଗ ଧାଡ଼ିରେ ବସିବାକୁ କହି ବିବାଦୀୟ ହୋଇପାରନ୍ତି ତେଜ ପ୍ରତାପ

233 Views

ପାଟନା : ଶୁକ୍ରବାର ଦିନ ଆର୍‌ଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମହିଳାଙ୍କୁ ଆଗ ଧାଡ଼ିରେ ବସିବାକୁ କହି ବିବାଦ ଘେରକୁ ଆସିପାରନ୍ତି ଲାଲୁ ଯାଦବଙ୍କ ଜ୍ୟେଷ୍ଠ ପୁତ୍ର ତେଜ ପ୍ରତାପ। ସେ ବାପାଙ୍କ ପ୍ରଦର୍ଶିତ ପଥ ଅନୁସରଣ କରୁଛନ୍ତି ବୋଲି କହିଲେ ମଧ୍ୟ ତାଙ୍କର ଏ ଭଳି କଥା ଆର୍‌ଜେଡିକୁ ସମାଲୋଚନା କରିବାକୁ ବିହାରରେ ଶାସକ ଜେଡିୟୁ-ବିଜେପି ସରକାରଙ୍କୁ ସୁଯୋଗ ଦେଇଛି।

ସମବେତ ଜନତାଙ୍କୁ ସମ୍ବୋଧନ କରି ତେଜ କହିଲେ, ଦୟାପୂର୍ବକ ପାଖେଇ ଯାଇ ମହିଳାମାନଙ୍କୁ ସାମ୍ନାକୁ ଛାଡ଼ନ୍ତୁ। ଯଦି ମହିଳାମାନେ ପ୍ରଗତି କରିବେ ତେବେ ସେମାନଙ୍କୁ ସାମ୍ନାକୁ ଆସିବାକୁ ପଡ଼ିବ। ଯେଉଁଠି ମୋ କାର୍ଯ୍ୟକ୍ରମ ହେଉ ନା କାହିଁକି, ମୁଁ ମହିଳାମାନଙ୍କୁ ସାମ୍ନାରେ ବସାଏ, ଯେମିତି ମୋ ବାପା ବସାଉଥିଲେ।

ଏ ବର୍ଷ ଲାଲୁଙ୍କ ଅନୁପସ୍ଥିତିରେ ଆର୍‌ଜେଡି ତା’ର ପ୍ରତିଷ୍ଠା ଦିବସ ପାଳନ କରିଛି। ଏହାଛଡ଼ା ତାଙ୍କର ରାଜନୈତିକ ଉତ୍ତରାଧିକାରୀ ତେଜସ୍ୱୀ ଯାଦବ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରି ଦେଇଥିଲେ। ଲାଲୁଙ୍କ ଦୁଇ ପୁଅ- ତେଜସ୍ୱୀ ଓ ତାଙ୍କ ବଡ଼ଭାଇ ତେଜ ପ୍ରତାପ କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଧାରିତ ସମୟରେ ମଧ୍ୟ ଉତ୍ସବସ୍ଥଳରେ ପହଞ୍ଚି ନ ଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ କରି ରାବଡ଼ି ଦେବୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ତେଜ ଯାଇ ସେଠାରେ ପହଞ୍ଚିଥିଲେ।

By amfnews

Related Post