Thu. Jun 11th, 2026

ଖ୍ୟାତନାମା ନିର୍ଦ୍ଦେଶିକା କଳ୍ପନା ଲାଜମୀଙ୍କ ପରଲୋକ

223 Views

ମୁମ୍ବାଇ: ବଲିଉଡର ଖ୍ୟାତନାମା ନିର୍ଦ୍ଦେଶିକା କଳ୍ପନା ଲାଜମୀ ଆଉ ନାହାନ୍ତି। ସେ ଆଜି ସକାଳେ ମୁମ୍ବାଇଠାରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୬୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନଧରି କିଡନି କର୍କଟ ରୋଗରେ ପୀଡ଼ିତା ଥିଲେ। ଖ୍ୟାତନାମା ନିର୍ଦ୍ଦେଶିକା କଳ୍ପନା ଲାଜମୀ ବହୁ ଚର୍ଚ୍ଚିତ ରୁଦାଲୀ,ଦମନ୍‌,ଏକ୍‌ ପଲ୍‌ ଏବଂ ଚିଙ୍ଗାରି ଭଳି ସିନେମାର ନିର୍ଦ୍ଦେଶନା ଦେଇଥିଲେ। ସେ ଛୋଟ ବଜେଟର ସିନେମା ନିର୍ମାଣ କରିଥିଲେ। କିନ୍ତୁ ସେଥିରେ ଡିଂପଲ କାପାଡିଆ  ଏବଂ ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ପରି ନାମୀ କଳାକାର ଅଭିନୟ କରିଥିଲେ।  ଖାଲି ସେତିକି ନୁହେଁ ତାଙ୍କର ଅଧିକାଂଶ ସିନେମା ଥିଲା ନାରୀ କୈନ୍ଦ୍ରିକ ।

ସେ ପ୍ରଖ୍ୟାତ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ସହକାରୀଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। କଳ୍ପନା ଲାଜମୀ ହେଉଛନ୍ତି ପ୍ରଖ୍ୟାତ ଚିତ୍ରଶିଳ୍ପୀ ଲଳିତା ଲାଜମୀଙ୍କର କନ୍ୟା ଏବଂ ଲୋକପ୍ରିୟ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ଗୁରୁ ଦତ୍ତଙ୍କ ଝିଆରୀ। ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ବଲିଉଡକୁ କଳ୍ପନା ଲାଜମୀଙ୍କ ଅବଦାନ ଅବିସ୍ମରଣୀୟ ହୋଇରହିବ ବୋଲି କୁହାଯାଉଛି ।

By amfnews

Related Post