Sat. Aug 22nd, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାଲୋଚନା ପରେ ପ୍ରତିକ୍ରିୟା ରଖିଲେ ନବୀନ, କହିଲେ…………

211 Views

ଭୁବନେଶ୍ୱର  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିସି ଅଭିଯୋଗ ନେଇ ଓଡ଼ିଶା ସରକାରଙ୍କୁ କଠୋର ସମାଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ଆୟୁଷ୍ମାନ ଭାରତକୁ ଗ୍ରହଣ ନ କରିବା ନେଇ ନବୀନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଆୟୁଷ୍ମାନ ଭାରତ ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିକ ଭଲ। କେନ୍ଦ୍ରଠାରୁ ରାଜ୍ୟ ଯୋଜନା ଅଧିକ ଭଲ। ଆମେ ୫୦ ଲକ୍ଷ ପରବାରକୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବୁ ବୋଲି ନବୀନ କହିଛନ୍ତି।

ଝାରସୁଗୁଡ଼ାରୁ ଫେରିବା ପରେ ନବୀନ କହିଛନ୍ତି, ମୋଦି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିନ୍ଦା କରିଥାଇ ପାରନ୍ତି। ଉଜ୍ଜଳା ଯୋଜନା ଏବଂ ସ୍କିଲ ଇଣ୍ଡିଆ ଦୁର୍ନୀତି କଥା ସେ ମନେ ପକାଇବା ଦରକାର।  ରାଜନୈତିକ ଉଦ୍ଦେଶ୍ୟ ରଖି ମୋଦି ଏପରି କହିଛନ୍ତି। ମୋଦି ତୈଳ ଦର ବୃଦ୍ଧି ସଂପର୍କରେ ଭଲରେ ଚିନ୍ତା କରନ୍ତୁ। ଦର ନିୟନ୍ତ୍ରଣ ରଖିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫୦ ଲକ୍ଷ ପରିବାରକୁ ଯୋଡ଼ା ଯାଇଛି। ମହିଳାଙ୍କ କ୍ଷେତ୍ରରେ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ରାଶି ୭ ଲକ୍ଷ ଟଙ୍କା ରହିଛି। ଖାଦ୍ୟ ସୁରକ୍ଷା ଯୋଜନାରେ ୨୫ ନୂଆ ଲୋକଙ୍କୁ ଯୋଡ଼ାଯାଇଛି।

By amfnews

Related Post