Wed. Jul 15th, 2026

ଖୋଲୁଛି ଗୁମର ସ୍ୱାମୀ ଅଗ୍ନିବେଶ ଯାଇଥିଲେ ଧର୍ମାନ୍ତକରଣ ସଭାରେ ମୁଖ୍ୟବକ୍ତା ହୋଇ

419 Views

ଏବେ ସାଧାରଣରେ ମାଡ ଖାଇ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଥିବା ଅଗ୍ନିବେଶଙ୍କ ବିଷୟରେ ଦିନକୁ ଦିନକୁ ନୁଆ ନୁଆ ତଥ୍ୟ ଆସିବାରେ ଲାଗିଛି । କିଛି ଇଂରାଜୀ ଗଣମାଧ୍ୟମ ଏବଂ ହିନ୍ଦି ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ସ୍ୱାମୀ ଅଗ୍ନିବେଶ ଝାରଖଣ୍ଡର ପାକୁର ଜିଲ୍ଲାରେ ହେଉଥିବା ଏକ ଧର୍ମାନ୍ତକରଣ ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାକାର ସ୍ଥାନୀୟ ୩୦୦୦ରୁ ଅଧିକ ଆଦିବାସୀ ହିନ୍ଦୁ ଧର୍ମ ଛାଡି ଅନ୍ୟ ଧର୍ମରେ ସାମିଲ ହୋଇଥାନ୍ତେ ।

କାର୍ଯ୍ୟକ୍ରମ ସ୍ଥିର ହେବା ସମୟରେ ଏହାକୁ କିଛି ସ୍ଥାନୀୟ ଲୋକମାନେ ବିରୋଧ କରିଥିଲେ । ହେଲେ ସ୍ୱାମୀ ଅଗ୍ନିବେଶ ଏହାକୁ ନମାନି ସଭାରେ ଯୋଗଦେବାକୁ ପାକୁର ପହଂଚିଥିଲେ । ଧର୍ମାନ୍ତକରଣ ରୋକିବା ପାଇଁ କାମ କରୁଥିବା କିଛି ସ୍ଥାନୀୟ ସଙ୍ଗଠନ ମାନେ ଏ ବିଷୟରେ ସ୍ଥାନୀୟ ପୋଲିସ ପ୍ରଶାସନରେ ଜଣାଇଥିଲେ ।

ହେଲେ କିଛି ଲାଭ ନହେବାରୁ ସେମାନେ ଆଇନକୁ ହାତକୁ ନେଇଥିଲେ । ସ୍ୱାମୀ ଅଗ୍ନିବେଶ ରହୁଥିବା ହୋଟେଲ ବାହାରେ ହିଁ ସେମାନେ ଅଗ୍ନିବେଶଙ୍କୁ ମାଡ ମାରିଥିଲେ । ମାଡ ମାରିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଭୟରେ ଉକ୍ତ ଧର୍ମାନ୍ତକରଣ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବା ଜଣାପଡିଛି ।ଝାରଖଣ୍ଡର ପାକୁର ଜିଲ୍ଲାରେ ଧର୍ମାନ୍ତକରଣ ହେଉଥିବାର ଅଭିଯୋଗ ଆଗରୁ ହୋଇଆସୁଥିଲା ।

By Manas

Related Post