Thu. May 14th, 2026

ଧର୍ମଶାଳା ବି.ଡି.ଓଙ୍କ ସୁପାରିଶ ପରେ ବି ଗରୀବ ଉପକୃତ ହେଉନାହାନ୍ତି

367 Views

ଯାଜପୁର,୨୦/୭: ଧର୍ମଶାଳା ବ୍ଲକର ବିଭିନ୍ନ କ୍ଷେତ୍ରରେ ଉଦ୍ଦେଶ୍ୟ ମୂଳକ ଭାବେ ଗରୀବ ମାନଙ୍କ ପ୍ରତି ଅବିଚାର କରାଯାଉଛି । ଗରୀବ କଲ୍ୟାଣ ଯୋଜନାରେ କେତେକ ଗରୀବ ଉପକୃତ ହୋଇପାରୁ ନାହାନ୍ତି । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିବା ପରେ ଗରୀବ ମାନଙ୍କୁ ସରକାରୀ ଯୋଜନାରେ ସୁବିଧା ପ୍ରଦାନ ପାଇଁ ନିର୍ଦ୍ଦେଶ ଆସିଛି । ଏହାପରେ ଏହି ଗରୀବଙ୍କୁ ଦୁରାବସ୍ଥା ନେଇ ବିଭାଗୀୟ ଅଧିକାରୀ ମାନେ ତଦନ୍ତ କରିବା ପରେ ଧର୍ମଶାଳା ବି.ଡି.ଓ ଏଥିନେଇ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ପତ୍ର ଦେଇଛନ୍ତି । ହେଲେ ଏହାପରେ ବି ଗରୀବ ମାନେ ସରକାରୀ ଯୋଜନାର ସୁବିଧା ପାଇପାରୁ ନାହାନ୍ତି ।

ଖବରରୁ ପ୍ରକାଶ, ଧର୍ମଶାଳା ବ୍ଲକର ବ୍ରହ୍ମପୁର ଗ୍ରାମର ପ୍ରକାଶ ମହାନ୍ତି ନାମକ ଗରୀବ ବ୍ୟକ୍ତିଙ୍କ ରାସନ କାର୍ଡ ହୋଇନଥିବା ବେଳେ ଏହି ଅଂଚଳର ଅନେକ ଧନୀ ଲୋକଙ୍କ ରାସନକାର୍ଡ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା । ଏଥିନେଇ ଗତ ତା୪.୫.୧୭ ରିଖରେ ତଦନ୍ତ ପୂର୍ବକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଧର୍ମଶାଳା ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଆସିଥିଲା । ତେବେ ଦୀର୍ଘଦିନ ପରେ ଏଥିନେଇ ତଦନ୍ତ କରାଯାଇ ଗତ ତା୧୨.୬.୧୭ ଧର୍ମଶାଳା ବି.ଡି.ଓ ଏକ ପତ୍ର ନଂବର ୬୭୩୨ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଯାଜପୁର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଥିଲେ । ଏଥିରେ ପ୍ରକାଶ ମହାନ୍ତି ଜଣେ ଗରୀବ ଭାବେ ରାସନ କାର୍ଡ ପାଇବାକୁ ଯୋଗ୍ୟ ବୋଲି ଉଲ୍ଲେଖ କରାଯାଇ ଥିଲା ।

ହେଲେ ଅଦ୍ୟାବଧି ପ୍ରକାଶଙ୍କୁ ରାସନକାର୍ଡ ମିଳିନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିବା ପରେ ବିଳମ୍ବରେ ତଦନ୍ତ କରାଯିବା ଏବଂ ତଦନ୍ତ ରିପୋର୍ଟ ପ୍ରଦାନର ଦୀର୍ଘଦିନ ପରେ ବି ଗରୀବଙ୍କୁ ରିପୋର୍ଟ ଅନୁସାରେ ସରକାରୀ ସୁବିଧା ସୁଯୋଗ ନମିଳିବା ଫଳରେ ସାଧାରଣରେ ଲୋକେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପ୍ରତି ଆସ୍ଥା ରଖିପାରୁ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତି ଅଣଦେଖା କରାଯିବା ନେଇ ଧର୍ମଶାଳା ବ୍ଲକ ଏବଂ ଧର୍ମଶାଳା ତହସିଲରେ ସର୍ବାଧିକ ଏଭଳି ଅଭିଯୋଗ ଆସୁଥିବା ବେଳେ ଏଥିନେଇ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

Related Post