Tue. Sep 29th, 2026

ଖୁବ୍‌ ଶୀଘ୍ର ଆୟକର ବିଭାଗ ପକ୍ଷରୁ ଜାରି ହେବ ତୁରନ୍ତ ମିଳିପାରୁଥିବା ଅନ୍‌ଲାଇନ୍‌ ପ୍ୟାନ୍‌କାର୍ଡ

258 Views

ନୂଆଦିଲ୍ଲୀ: ଏଣିକି ଅନ୍‌ଲାଇନ୍‌ରେ ତୁରନ୍ତ ମିଳିପାରୁଥିବା ପ୍ୟାନ୍‌କାର୍ଡ ଉପଲବ୍ଧ ହେବ ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି। ଯଦି ଆପଣଙ୍କ ପ୍ୟାନ୍‌କାର୍ଡ ହଜିଯାଇଛି କିମ୍ବା ନଷ୍ଟ ହୋଇଯାଇଛି ଆପଣ ଚାହିଁଲେ ଅନ୍‌ଲାଇନ୍‌ ଉପାୟରେ ତୁରନ୍ତ ତାହାର ଅନ୍ୟ ଏକ କପି ବାହାର କରିପାରିବେ। ଆପଣ ଅନ୍‌ଲାଇନ୍‌ରୁ ଆପଣଙ୍କ ଅସଲି ପାନ୍‌କାର୍ଡର ଆଉ ଏକ କପି ବାହାର କରି ମଧ୍ୟ ନିଜ ପାଖରେ ରଖିପାରିବେ। ଆଉ ମାତ୍ର କିଛି ସପ୍ତାହ ମଧ୍ୟରେ ଏହି ବ୍ୟବସ୍ଥା ଉପଲବ୍ଧ ହେବ।

ଏହି ଇଲେକ୍ଟ୍ରୋନିକ ପ୍ୟାନ୍‌ ନମ୍ବର ମାଗଣାରେ ଉପଲବ୍ଧ ହେବ। ତେବେ ଏହି ସୁବିଧାର ଲାଭ ଉଠାଇବା ପାଇଁ ପ୍ରଥମେ ଆଧାର ନମ୍ବର ଦେବାକୁ ହେବ। ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ ଜରିଆରେ କନ୍‌ଫର୍ମ କରାଇବା ପରେ ପ୍ୟାନ୍‌କାର୍ଡର କପି ଆପଣଙ୍କୁ ତୁରନ୍ତ ମିଳିପାରିବ।

ଆଧାରକାର୍ଡ ବ୍ୟତୀତ ଆପଣଙ୍କ ବାପାଙ୍କ ନାମ ଓ ଜନ୍ମ ତାରିଖ ବି ଦେବାକୁ ହେବ। କିଛି ମୌଳିକ ସୂଚନା ବ୍ୟତୀତ ସେଠାରେ ଅନ୍ୟ କୌଣସି ପ୍ରମାଣ ପତ୍ର ଦେବାର କୌଣସି ଆବଶ୍ୟକତା ନାହିଁ। ଥରେ ପ୍ୟାନ୍‌ ଜେନେରେଟ ହେବା ପରେ ଆବେଦନକାରୀଙ୍କୁ କିୟୁଆର୍‌ କୋଡ ବିଶିଷ୍ଟ ଡିଜିଟାଲ୍‌ ଦସ୍ତଖତର ଏକ ଇ-ପ୍ୟାନ୍‌ ମିଳିବ।

By amfnews

Related Post