Sun. Oct 18th, 2026

ବିଳମ୍ବିତ ରାତିରେ ଏଜି ଛକରେ ୨ କାର୍‌ ମୁହାଁମୁହିଁ ଧକ୍କା: ୪ ଗୁରୁତର ହସ୍ପିଟାଲ୍‌ରେ ଭର୍ତ୍ତି

251 Views

ଭୁବନେଶ୍ୱର: ଭୁବନେଶ୍ୱର ଏଜି ଛକରେ ଦୁଇ କାର ମୁହାଁମୁହିଁ ଧକ୍କା ହୋଇ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ୨.୩୦ ବେଳେ ଗୋଟିଏ କାର୍‌ ରବୀନ୍ଦ୍ର ମଣ୍ଡପ ଆଡୁ ଯାଉଥିବା ବେଳେ ଅନ୍ୟଟି ରାଜମହଲ ଆଡୁ ଯାଉଥିଲା। ଦୁଇଟି ଯାକ ଗାଡ଼ି ଦୃତ ଗତିରେ ଚାଲୁଥିବା ହେତୁ ଏହି ଦୁର୍ଘଟଣା ଘଟିଯାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ୩ ଜଣ ଆହତ ଭୁବନେଶ୍ୱର ଆପୋଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଆଉ ଜଣଙ୍କୁ କଟକ ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ଏଜି ଛକରେ ପୂର୍ବରୁ ମଧ୍ୟ ଅନେକ ରାତିରେ ଏପରି ଦୁର୍ଘଟଣା ଘଟିଛି। ରାତିରେ ଟ୍ରାଫିକ୍‌ ପୁଲିସ୍‌ ରହୁନଥିବା କାରଣରୁ ଗାଡ଼ି ଚାଳକମାନେ ସେହି ଅଞ୍ଚଳରେ ଦୃତ ଗତିରେ ଗାଡ଼ି ଚଳାଇ ଥାଆନ୍ତି। ବାରମ୍ବାର ଦୁର୍ଘଟଣା ଘଟିବାକୁ କିଛି ଦିନ ତଳେ ଚାଳକମାନଙ୍କୁ ଟ୍ରାଫିକ୍‌ ପୁଲିସ୍‌ ନଥିଲେ ମଧ୍ୟ ସିଗ୍‌ନାଲ୍‌ ମାନି ଗାଡ଼ି ଚଳାଇବାକୁ କୁହାଯାଇଥିଲା। ଗତକାଲି ରାତିରେ ସିଗ୍‌ନାଲ୍‌ ଲାଇଟ୍‌ ଜଳୁଥିଲେ ବି ସେମାନେ ଟ୍ରାଫିକ୍‌ ନିମୟ ଉଲ୍ଲଂଘନ କରି ଗାଡ଼ି ଚଳାଇଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଛି।

By amfnews

Related Post