Wed. Oct 14th, 2026

କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ହାତରେ ପଥର ଖଣି ମାଫିଆ

219 Views

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରୁ ଜଣେ ପଥର ଖଣି ମାଫିଆକୁ କ୍ରାଇମବ୍ରାଞ୍ଚ୍ ଏସ୍‌ଟିଏଫ୍‌ ଗିରଫ କରିଛି। ତାଙ୍କ ନାଁ ନିତୁ ମାନସିଂହ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ନିତୁ ମାନସିଂହଙ୍କୁ ଖୋର୍ଦ୍ଧା ପୁଲିସକୁ ହସ୍ତାନ୍ତର କରିଛି। ଅଟକ ନିତୁଙ୍କ ନାଁରେ ଏକାଧିକ ମାମଲା ରହିଛି। ତାଙ୍କ ନାଁରେ ଦୁଇଟି ଗୁଳିମାଡ଼ ସହ ବୋମାମାଡ଼ ମାମଲା ଥିବା ସୂଚନା ମିଳିଛି। ଗତ ୨୯ ତାରିଖରେ ଖୋର୍ଦ୍ଧା ସହର ସ୍ଥିତ ଏଲ୍ଆଇସି ପଡ଼ିଆ ନିକଟରେ ଖଣି ଓ ଡ୍ରଗ୍ ମାଫିଆଙ୍କ ସହ କ୍ରାଇମବ୍ରାଞ୍ଚ ସ୍ପେଶାଲ୍‌ ଟାସ୍କ ଫୋର୍ସ ଅଧିକାରୀଙ୍କ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଦୁର୍ବୃତ୍ତକୁ ଗିରଫ କରାଯାଇଥିଲା ବେଳେ ୩ରୁ ୪ ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।

By amfnews

Related Post