Wed. Jul 1st, 2026
405 Views

ସେ ଦାବି କରିଛନ୍ତି ଯେ ଭଗବାନ ବିଷ୍ଣୁଙ୍କର ଦଶାବତାର ହେଉଛି ଇଂରେଜ ପ୍ରକୃତିବିତ୍‌ ଚାର୍ଲସ୍‌ ଡାର୍‌ଓ୍ଵିନ୍‌ଙ୍କ ବିବର୍ତ୍ତନ ବାଦ ତତ୍ତ୍ୱ ଠାରୁ ପୁରାତନ।
ଏକ ଉପସ୍ଥାପନରେ ରାଓ କହିଲେ ଭଗବାନ ରାମ ଅସ୍ତ୍ର ଏବଂ ଶସ୍ତ୍ର ବ୍ୟବହାର କରୁଥିବା ବେଳେ ଶତ୍ରୁର ଅନୁଧାବନ ଲାଗି ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର ପଠାଉଥିଲେ। ଲକ୍ଷଭେଦ କରିବା ପରେ ସେ ସବୁ ପୁଣି ସେମାନଙ୍କ ପାଖକୁ ଫେରି ଆସୁଥିଲା।

ଏଥିରୁ ଜଣାପଡୁଛି ଯେ ଗାଇଡେଡ୍‌ ମିସାଇଲ୍‌ ବିଜ୍ଞାନ ଭାରତ ଲାଗି ନୂଆ ନୁହେଁ। ହଜାର ହଜାର ବର୍ଷ ତଳେ ସେ ସବୁ ଥିଲା।

ରାଓ ମଧ୍ୟ କହିଛନ୍ତି ରାମାୟଣ କହେ ଯେ ରାବଣ ଖାଲି ପୁଷ୍ପକ ବିମାନ ନ ଥିଲା, ଥିଲା ୨୪ ପ୍ରକାରର ଭିନ୍ନ ଭିନ୍ନ ଆକାର ଓ ସାମର୍ଥ୍ୟଯୁକ୍ତ ବିମାନ। ଲଙ୍କାରେ ତାଙ୍କର ଥିଲା କେତେ ଗୁଡ଼ିଏ ବିମାନବନ୍ଦର ଏବଂ ସେ ଏହି ବିମାନଗୁଡ଼ିକୁ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲେ।

ରାଓ କହିଲେ ଯେ ଡାର୍‌ଓ୍ଵିନ୍‌ କହିଥିବା ଜୀବନ ଜଳରୁ ସୃଷ୍ଟ କଥାଟି ହେଉଛି ଭଗବାନ ବିଷ୍ଣୁଙ୍କର ମତ୍ସ୍ୟ ଅବତାର। ଦ୍ୱିତୀୟ ଅବତାରରେ ସେ ଉଭୟଚର କଚ୍ଛପ ରୂପ ଧାରଣ କରିଥିଲେ, ତୃତୀୟରେ ବରାହ ରୂପରେ ଥିଲା ମାନବ ଶରୀର ଓ ବାର୍‌ର୍ହା ମୁଖ। ପଞ୍ଚମ ଅବତାର ବାମନ ରେ ସେ ମାନବ ରୂପ ଧାରଣ କରିଥିଲେ।

ସେ ପ୍ରଶ୍ନ କରିଥିଲେ କୌରବମାନଙ୍କର ମା ଗାନ୍ଧାରୀ କିପରି ୧୦୦ ପିଲା ଜନ୍ମ କଲେ। ଏବେ ଆମର ବିଶ୍ୱାସ ହେଉଛି ଆମର ଥିଲା ଟେଷ୍ଟ୍‌ ଟିଉବ୍‌ ବେବି ଟେକ୍‌ନୋଲଜି। ମହାଭାରତ କହେ, ୧୦୦ଟି ଡିମ୍ବକୁ ଉର୍ବର କରି ୧୦୦ଟି ମାଟି ପାତ୍ରରେ ରଖାଯାଇଥିଲା। ସେମାନେ କ’ଣ ଟେଷ୍ଟ୍‍ଟିଉବ୍‌ ବେବି ନୁହନ୍ତି?

By amfnews

Related Post