Sat. Oct 17th, 2026

କୋଟିପତି କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

280 Views

ଯାଜପୁର, ଡିସେମ୍ବର ୦୪: ଯାଜପୁର ଡେପୁଟି ଡାଇରେକ୍ଟର ଅଫ ମାଇନ୍ସଙ୍କ କାର୍ଯ୍ୟାଳୟରେ କିରାଣୀ ଥିବା ଚିନ୍ମୟ ବେହୁରାଙ୍କ ଘରେ ଓ ଅଫିସରେ ଆଜି ଭିଜିଲାନସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଆହରଣ କରିବା ଅଭିଯୋଗରେ ଭିଜିଲାନ୍ସର ୫ଟି ଟିମ୍‌ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି। କୋଟିପତି କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ନେଇ ଏବେ ସମଗ୍ର ଯାଜପୁର ଜିଲ୍ଲାରେ ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କାଳିଆପାଣି ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ କିରାଣୀ ଥିବା ଚିନୟ ବେହୁରାଙ୍କ ନାମରେ ପୂର୍ବରୁ ବହୁ ଦୁର୍ନୀତି ଅଭିଯୋଗ ଥିଲା। ଏପରିକି ଅସତ ଉପାୟ ଅବଲମ୍ବନ କରି ଶ୍ରୀ ବେହୁରା ନିଜ ଆୟ ଠାରୁ ଯଥେଷ୍ଟ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନସ ନିକଟରେ ଅଭିଯୋଗ ହୋଇଥିିଲା। ଏହି ଅଭିଯୋଗ ଆଧାରରେ ଆଜି ସକାଳୁ ଭିଜିଲାନ୍‌ସର ୫ଟି ଟିମ୍‌ ଶ୍ରୀ ବେହରାଙ୍କ କାଳିଆପାଣିସ୍ଥିତ ଅଫିସ, ସୁକିନ୍ଦାସ୍ଥିତ ଘର, ଶ୍ୱଶୁର ଘର, ପୈତୃକ ଘର ସହିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ କରାଯାଇଛି।

By amfnews

Related Post