Thu. Jun 11th, 2026

ନାବଳକ ଓ ତା’ର କଜିନଙ୍କୁ ଗୁଳିମାଡ଼ , କାରଣ ଜାଣିଲେ ଆପଣ ବିସ୍ମିତ ହେବେ

263 Views

ନୂଆଦିଲ୍ଲୀ, ଡିସେମ୍ବର ୦୪: ଦକ୍ଷିଣ ପଶ୍ଚିମ ଦିଲ୍ଲୀର ପାଲମ୍‌ ଗାଁଓ ଅଞ୍ଚଳରେ ଗତ ରବିବାର ରାତିରେ ଗୀତ ବଜାଇବାକୁ ଡି ଜେ ମନା କରିଦେବା ଘଟଣାକୁ ନେଇ ଏକ ଗୁଳିକାଣ୍ଡ ଘଟିଥିଲା। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହେବାପରେ ଜଣେ ୧୬ ବର୍ଷୀୟ ନାବଳକ ଓ ତା’ର କଜିନ୍‌ (୨୩)ଙ୍କ ଗୁଳି ମରାଯାଇଛି। ଉଭୟଙ୍କୁ ସଙ୍ଗୀତ ବ୍ୟାଣ୍ଡ୍‌ ମାଲିକ ଓ ତାଙ୍କର ଦୁଇ ଭାଇ ଗୁଳି ମାରିଥିବା ଜଣାଯାଇଛି। ଆହତ ନାବାଳକ ଓ ତା’ର କକା ପୁଅ ଭାଇକୁ ଏକ ହସ୍ପିଟାଲରେ ଚିକିତ୍ସା ଳାଗି ତତ୍‌କ୍ଷଣାତ୍‌ ଭର୍ତ୍ତି କରାଯାଇଥବଲା। ସେ ଦୁହେଁ ଏବେ ଭଲ ଅଛନ୍ତି ବୋଲି ଜଣାଯାଇଛଇ। ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଏହି ଗୁଳିକାଣ୍ଡ ରାତି ସାଢ଼େ ୧୦ଟାରେ ହୋଇଥିଲା। ଅଭିଯୁକ୍ତ ସଙ୍ଗୀତ ବ୍ୟାଣ୍ଡର ମାଲିକ ଓ ତା’ର ଭାଇ ଆଶିଷ ଶର୍ମାଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ତେବେ ତୃତୀୟ ଅଭିଯୁକ୍ତ ସଂଜୟ ଫେରାର୍‌ ଅଛି।

ଏହି ଘଟଣା ସେତେବେଳେ କଳହର ରୂପ ନେଇଥିଲା ଯେତେବେଳେ ଆହତଙ୍କ ସଂପର୍କୀୟ ମୋହିନୀ ସୈନୀ ଉତ୍ସବକୁ ଆସିଥିଲେ ଓ ଡିଜେ ଅକ୍ଷୟଙ୍କୁ ନିଜ ମନ ପସନ୍ଦର ଗୀତ ବଜାଇବାକୁ ଅନୁରୋଧ କରିଥିଲେ। ଅକ୍ଷୟ କହିଥିଲେ ଯେ ରାତି ସାଢ଼େ ୧୦ ଟା ପରେ ସେ ଆଉ ଗୀତ ବଜାଇପାରିବେ ନାହିଁ,କାରଣ ଦିଲ୍ଲୀରେ ତା’ର ଅନୁମତି ନାହିଁ। ଏହାପରେ ବଚସା ହେଲା। ଅକ୍ଷୟ ତା’ର ମାଲିକ ଅମିତ ଓ ଭାଇମାନଙ୍କୁ ଡାକିଲା। ସେମାନେ ପିସ୍ତଲ ଧରି ଆସି ଗୁଳି ଚଳାଇ ଥିଲେ।

By amfnews

Related Post