Thu. Jul 23rd, 2026

କୋଲକାତା ଚାଲାଣ ହେଉଛି ବଜ୍ରକାପ୍ତା

349 Views

ବାରିପଦା/ଉଦଳା-୧, ଡିସେମ୍ବର ୧୨ : ବିରଳ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ର ଚେର ରାଜଧାନୀରୁ ଭାୟା ବାରିପଦା ହୋଇ କୋଲକାତା ପର୍ଯ୍ୟନ୍ତ ଲମ୍ବିଛି। ନିରୀହ ଆଦିବାସୀଙ୍କୁ ପ୍ରଭାବିତ କରି କିଛି ଦଲାଲ୍‌ ଏହାର କାର୍ପଟଦାର‌୍‌ ସାଜିଛନ୍ତି। କିଛି ଦିନ ତଳେ ଉଦଳାରୁ ଜବତ ହୋଇଥିବା ବଜ୍ରକାପ୍ତା ଲିଙ୍କ୍‌ରେ ଆଜି ସ୍ପେସାଲ୍‌ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)ର ଏକ ଟିମ୍‌ ଉଦଳାରୁ ୬ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ବାରିପଦାର ହୋଟେଲ ବିଶ୍ରାମରେ ଲୁଚିଥିଲା। ତା’ ନିକଟରେ ଏହି ଚାଲାଣରେ ସ˚ଶ୍ଳିଷ୍ଟ କୌଣସି ଦ୍ରବ୍ୟ ଥିବା ସନ୍ଦେହ କରି ଏସ୍‌ଟିଏଫ ଡିଏସ୍‌ପି ତେଜରାଜ ପଟେଲଙ୍କ ନେତୃତ୍ବରେ ଚଢ଼ଉ ହୋଇଥିଲା। ସୋମବାର ବିଳମ୍ବିତ ରାତିରେ ଉଦଳାରେ ୨ୟ ଥର ପାଇଁ ହୋଇଥିବା ତର୍କିତ ଚଢ଼ଉରେ ଆମ୍ବଡିହା କେଲୋନିର ଅଗ୍ନିଶ୍ବର ବେହେରା(୫୦)ଙ୍କ ଘରୁ ୫୦୦ ଗ୍ରାମ ଓଜନର ଏକ ହାତୀଦାନ୍ତର କିଛି ଅ˚ଶ ଜବତ ହୋଇଥିଲା। ଏଥିସହ ଉକ୍ତ ଘଟଣାରେ ସମ୍ପୃକ୍ତ ଆମ୍ବଡିହା କଲୋନିର ଲାଲମୋହନ ନାୟକ(୪୫), ପ୍ରତାପ ନାୟକ(୪୮), କେଶବ ଦେହୁରୀ(୫୦), ଗୋପୀନାଥ ନାୟକ(୪୯) ଓ ସେବକର ଦେହୁରୀ(୪୨)ଙ୍କୁ ଗିରଫ କରାଯାଇଥିଲା ା ଏହି ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇ ଥିଲା।

ତେବେ ଏହି ଘଟଣାରେ ତଦନ୍ତ ଜାରି ରହିଛି। ଗିରଫଦାରୀ ଆହୁରି ବଢ଼ିବା ନେଇ ଶ୍ରୀ ପଟେଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଉଦଳାରେ ଚଢ଼ଉ କରାଯାଇ ଏହି ଚୋରା ଚାଲାଣ ରାକେଟ୍‌ର ୪ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କ ନିକଟରୁ ଗୋଟିଏ ମା’ ବଜ୍ରକାପ୍ତା ସହ ଛୁଆ ବଜ୍ରକାପ୍ତାକୁ ମଧ୍ୟ ଉଦ୍ଧାର କରାଯାଇଥିଲା।

By amfnews

Related Post