Thu. Jul 2nd, 2026

କନ୍ଧମାଳରେ ଲଜ୍ଜା: ଦେଢ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ଦାଦା

302 Views

ତୁମୁଡ଼ିବନ୍ଧ, ଡିସେମ୍ବର ୧୨ : କନ୍ଧମାଳ ଜିଲ୍ଲାରେ ମଙ୍ଗଳବାର ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏକ ଦେଢ଼ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯିବା ଘଟଣା ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳରେ ଚାଂଞ୍ଚଲ୍ୟ ସୃଷ୍ଟି କରିଛି। ନିଜ ସମ୍ପକିୟ ଦାଦା ଡୁଡ୍ରା ଦଳବେହେରା ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ବାରଖମା ଫାଣ୍ଡିର ଜଣେ ଅଧିକାରୀ କହିଛନ୍ତି, ସୋମବାର ରାତି ଏହି ଘଟଣା ଘଟିଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଶିଶୁକନ୍ୟା ନାବାଳକ ଦାଦାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛି। ସୋମବାର ରାତି ପ୍ରାୟ ୧୭ ବର୍ଷର ନାବାଳକ ନିଜ ଝିଆରୀକୁ ନେଇ ଏକ ଭୋଜି-ଭାତ ସ୍ଥଳକୁ ଯାଇଥିଲା। ସେଠାରୁ ଫେରିବା ପରେ ରାତିରେ ଝିଆରୀକୁ ଦୁଷ୍କର୍ମ କରିଥିଲା। ଶିଶୁକନ୍ୟା ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ମଧ୍ୟରାତ୍ରିରେ ଘଟଣା ସଂପର୍କରେ ଅବଗତ ହେଲେ।

ଶିଶୁକନ୍ୟାର ଚିକିତ୍ସା ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏବାବଦରେ ମେଡିକାଲ କର୍ତ୍ତୃପକ୍ଷ ବାଲିଗୁଡ଼ା ଥାନାକୁ ଜଣାଇବା ପରେ ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ କାକା ଘଟଣା ପରେ ଫେରାର ହୋଇଛି। ତେବେ ଏ ନେଇ ବାଲିଗୁଡା ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଏଭଳି କିଛି ଘଟିନଥିବା କହିଛନ୍ତି।

By amfnews

Related Post