Thu. May 14th, 2026

କୋଭିଡ୍-୧୯ ମୃତ୍ୟୁହାର ହ୍ରାସ କରାଉଛି ‘ଡେକ୍ସାମିଥାସୋନ୍’ ଔଷଧ

214 Views

ନୂଆଦିଲ୍ଲୀ: ଦମା, ଏଲର୍ଜି ଏବଂ ଆଣ୍ଠୁଗଣ୍ଡି ବାତ ପାଇଁ ବ୍ୟବହୃତ ଏକ ଷ୍ଟେ‌ରଏଡ୍ ଔଷଧ କୋଭିଡ୍-୧୯ ସଂକ୍ରମଣଜନିତ ମୃତ୍ୟୁ ଆଶଙ୍କା ହ୍ରାସ କରିବାରେ ଉଲ୍ଲେଖନୀୟ ସୁଫଳ ଦେଉଥିବା କଥା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଜାଣିପାରିଛନ୍ତି।

ସ୍ବଳ୍ପ ମୂଲ୍ୟ ଏବଂ ସବୁଆଡ଼େ ଉପଲବ୍ଧ ଏହି ଔଷଧଟି ହେଉଛି ‘ଡେକ୍ସାମିଥାସୋନ୍’। ‌କୋଭିଡ୍-୧୯ ଦ୍ବାରା ସଂକ୍ରମିତ ହୋଇ ଯେଉଁମାନଙ୍କର ଶ୍ବାସକ୍ରିୟା ପ୍ରକ୍ରିୟାରେ ସାଙ୍ଘାତିକ ଜଟିଳତା ଦେଖାଦେବା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି, ସେମାନଙ୍କ ପାଇଁ ଏହା ଖୁବ୍ ସୁଫଳ ଦେଉଛି। ଅର୍ଥାତ୍ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶଙ୍କର ମୃତ୍ୟୁ ଆଶଙ୍କା କମାଇ ଦେଉଛି ବୋଲି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ‘ଦି ରିକଭରି ଟ୍ରାଏଲ୍’ର ଚିଫ୍ ଇନ୍‌ଭେଷ୍ଟିଗେଟର୍ ପିଟର୍ ହର୍ବି ମଙ୍ଗଳବାର ଦିନ ଘୋଷଣା କରିଛନ୍ତି।

ଇଂଲଣ୍ଡର ସ୍ବାସ୍ଥ୍ୟ ସଚିବ ମ୍ୟାଟ୍ ହାନ୍‌କକ୍ କହିଛନ୍ତି ଯେ କୋଭିଡ୍-୧୯ର ‘ଏନ୍ଏଚ୍ଏସ୍’ ଚିକିତ୍ସାରେ ‘ଡେକ୍ସାମିଥାସୋନ୍’ ସାମିଲ କରାଯିବ।

ଭାରତରେ ଏହି ଔଷଧ ‘ସେପ୍ସିସ୍’ ଚିକିତ୍ସା ନିମନ୍ତେ ବ୍ୟବହାର ହେଉଛି ଏବଂ ଇଞ୍ଜେକ୍‌ସନ୍ ଓ ବଟିକା ଆକାରରେ ସର୍ବତ୍ର ଉପଲବ୍ଧ ହେଉଛି।

By amfnews

Related Post