Fri. Apr 24th, 2026

ମହିଳାଙ୍କ ପ୍ରତି ହିଂସାକୁ ପ୍ରତିବାଦ କରୁଥିବା ନାଁ ଟିଏ ‘ସୋନା ମହାପାତ୍ର”

257 Views

ମୁମ୍ବାଇ/ଭୁବନେଶ୍ୱର: ନିଜର ନିଆରା ଗାଇବା ଶୈଳୀ ହେଉ କି ମହିଳାଙ୍କ ପ୍ରତି ବଢୁଥିବା ହିଂସା କୁ ନେଇ ସୋସିଆଲ ମିଡିଆରେ ପ୍ରସଙ୍ଗ ଉଠାଉଥିବା କଣ୍ଠଶିଳ୍ପୀଙ୍କ ମଧ୍ୟରେ ବେଶ ଜଣାଶୁଣା ଓଡ଼ିଆ ଝିଅ ତଥା ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ର | ‘ରଙ୍ଗବତୀ’ର ରିମିକ୍ସ ହେଉ କି ଖୁବ ନିକଟରେ ରିଲିଜ ହୋଇଥିବା ‘ନୀଳମଣି’ ରେ ସୋନା ନୂଆ ଢଙ୍ଗରେ ଗାଇଥିବାବେଳେ ବଲିଉଡରେ ସୋନା ପ୍ରାୟତଃ ହେଡଲାଇନରେ ରହିଥା’ନ୍ତି | ସୋସିଆଲ ମିଡିଆରେ ମହିଳାଙ୍କ ଅଧିକାର ପାଇଁ ସେ ସମ୍ପୂର୍ଣ୍ଣ ଜୋରରେ ସ୍ୱର ଉତ୍ତୋଳନ କରିଥାନ୍ତି ।

ସୋନା ମହାପାତ୍ର ୧୭ ଜୁନ୍ ୧୯୭୬ ରେ ଓଡିଶାର କଟକଠାରେ ଜନ୍ମଗ୍ରହଣ କରିଥିଲେ। ସେ ଭୁବନେଶ୍ୱରରେ ପାଠପଢା ସମାପ୍ତ କରିଥିଲେ। ଭୁବନେଶ୍ୱରର କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ପାଠ ପଢିବା ପରେ ପୁନେରେ ଏମବିଏ କରିଥିଲେ | ଏହା ପରେ ବିଜ୍ଞାପନ ଜଗତରେ ପାଦ ଦେଇଥିଲେ | ବିଭିନ୍ନ ଜାତୀୟ କମ୍ପାନୀର ବ୍ରାଣ୍ଡିଙ୍ଗରେ ସୋନା କଣ୍ଠଦାନ କରିଥିବାବେଳେ ନିଜର ଗ୍ଲାମରସ୍ ପୋଷାକ ଏବଂ ବୋଲ୍ଡ ଷ୍ଟାଇଲ୍ ପାଇଁ ବେଶ ଜଣାଶୁଣା |

୨୦୦୬ରେ ଆସିଥିବା ଚଳଚ୍ଚିତ୍ର ‘ଫ୍ୟାମିଲି’ର ଲୋରି ଗୀତ ଗାଉଥିବାର ନଜର ଆସିଥିଲେ। ଏହା ବ୍ୟତୀତ ସେ ଆଇ ହେଟ୍ ଲଭ୍ ଷ୍ଟୋରୀରେ ‘ବାହରା’ ଗୀତ ଗାଇ ଲୋକପ୍ରିୟତା ହାସଲ କରିଥିଲେ। ଏହାପରେ ‘ଦିଲ୍ଲୀ ବେଲହି’, ତଲାଶ, ଫୁକ୍ରେ, ବଜାତେ ରହୋ, ପୁରାନି ଜିନ୍ସ, ଖୁବସୁରତ, ହଣ୍ଟର୍ ଏବଂ ରମଣ ରାଘବ ୨.୦ ରେ ଗୀତ ଗାଇଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ସେ ଆମିର ଖାନଙ୍କ ସୋ ସତ୍ୟମେବ ଜୟତେଙ୍କ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ |ଅକ୍ଟୋବର ୨୦୧୮ ରେ, #ମିଟୁ ଆନ୍ଦୋଳନ କରି କଣ୍ଠଶିଳ୍ପୀ କୈଳାଶ ଖେର ଏବଂ ଅନୁ ମଲିକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେହି ଦିନଠାରୁ ସୋନା ମହାପାତ୍ର ଇଣ୍ଡଷ୍ଟ୍ରିରେ ଚାଲିଥିବା ଭେଦଭାବ ତଥା ମହିଳାଙ୍କ ଅଧିକାରକୁ ସମର୍ଥନ କରିଆସୁଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଶୈଳୀକୁ ପ୍ରଶଂସକମାନେ ପସନ୍ଦ କରନ୍ତି |

By amfnews

Related Post