Sun. Oct 4th, 2026

କେରଳ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତିଙ୍କ ପରଲୋକ

258 Views

ଥିରୁଅନନ୍ତପୁରମ, ୨୧/୧୧: କେରଳ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ତଥା ସାଂସଦ ଏମ ଆଇ ଶାନଭାସ ବୁଧବାର ସକାଳେ ମୃତ୍ୟୁବରଣ କରିଛନ୍ତି। ଶ୍ରୀ ଶାନଭାସଙ୍କ ଶରୀରରେ ପ୍ରତିରୋପଣ ହୋଇଥିବା ଯକୃତରେ ତ୍ରୁଟି ଦେଖାଦେବାରୁ ସେ ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଆଜି ସକାଳେ ତାଙ୍କର ଚିକିତ୍ସିତ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।

ଗତ କିଛି ବର୍ଷ ତଳେ ଶ୍ରୀ ଶାନଭାସ କ୍ୟାନସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଯଦିଓ ୨ ବର୍ଷ ତଳେ ସେ କ୍ୟାନ୍‌ସର ରୋଗରୁ ଯଦିଓ ନିଜକୁ ରକ୍ଷା କରିପାରି ଥିଲେ, ତେବେ ଏହି କ୍ୟାନସର ତାଙ୍କ ଯକୃତକୁ ଆକ୍ରାନ୍ତ କରିଥିଲା। ତେଣୁ ଡାକ୍ତରଙ୍କ ପରାମର୍ଶକ୍ରମେ ଶ୍ରୀ ଶାନଭାସ ଯକୃତ ପ୍ରତିରୋପଣ କରଥିଲେ।ତେବେ ପ୍ରତିରୋପଣ ହୋଇଥିବା ଯକୃତରେ ତ୍ରୁଟି ଦେଖାଦେବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଶ୍ରୀ ଶାନଭାସ ୨୦୦୯ ଓ ୨୦୧୪ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କର ଅନ୍ତିମ ସଂସ୍କାର ଏର୍ଣ୍ଣାକୁଲମ୍‌ ଠାରେ ସମ୍ପନ୍ନ ହେବ ବାଲି ପରିବାର ସୂତ୍ରରୁ ପ୍ରକାଶ।

By amfnews

Related Post