Sat. Jul 25th, 2026

‘କୃଷ୍ଣ ହତ୍ୟାକାରୀକୁ ତୁରନ୍ତ ଗିରଫ ନ କଲେ ଆନ୍ଦୋଳନ’

180 Views

ଜଗତସିଂହପୁର : ସ୍ୱାମୀଙ୍କ ମୃତ୍ୟୁକୁ ୬ ଦିନ ପୂରିଲାଣି। ହେଲେ ହତ୍ୟାକାରୀର ସନ୍ଧାନ ପାଉନି ପୁଲିସ୍‌। ପରିବାର ଲୋକେ ଏଥିରେ ସମ୍ପୃକ୍ତ ମହିଳାଙ୍କ ନାମରେ ଏତଲା ଦେବା ସତ୍ତ୍ୱେ ପୁଲିସ୍‌ ତାଙ୍କୁ କେବଳ ପଚରାଉଚରା କରିଛି।   କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟଙ୍କୁ ଜଗତସିଂହପୁର ଦାଆଗାଁରେ ଜୀଅନ୍ତା ଜାଳି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣୁଥିବା ବେଳେ ପୁଲିସ୍‌ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛି।

କୃଷ୍ଣଚନ୍ଦ୍ରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଓ ପରିବାର ଲୋକେ। ଏହି ଘଟଣାରେ ଦାଆଗାଁର ମହିଳା ସମ୍ପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ହତ୍ୟାକାରୀକୁ ଗିରଫ କରା ନ ଗଲେ ଥାନା ସମ୍ମୁଖରେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ।

ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ଦାଆଗାଁ ସ୍କୁଲ ଭିତରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କୁ କେହି ଜୀଅନ୍ତା ଜାଳି ମାରିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଜଗତସିଂହପୁର ପୁଲିସ୍ କହିଥିଲା।

By amfnews

Related Post