Wed. Oct 7th, 2026

ଲାଲଗଡ଼ରେ ନକ୍ସଲ ଉଡ଼ାଇଲେ ଡ୍ରୋନ।!

203 Views

ମାଲକାନଗରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ବିଭିନ୍ନ ସିଆରପିଏଫ୍‌ କ୍ୟାମ୍ପ ଉପରେ  ଡ୍ରୋନ୍‌ କ୍ୟାମେରା ଉଡ଼ୁଥିବା ପୁଲିସ୍‌ ସନ୍ଦେହ କରୁଛି। ଗତ କିଛି ଦିନ ହେଲେ ମଧ୍ୟରାତ୍ରିରେ ସିଆରପିଏଫ୍‌  କ୍ୟାମ୍ପ ଉପରେ ଜୁଳିଜୁଳିଆ ପୋକ୍ ଭଳି ଆଲୋକ ଦେଖାଯାଉଛି । ଯାହାକି ସ୍ଥାନୀୟ ପୁଲିସ୍‌କୁ ଚିନ୍ତାରେ ପକାଇ ଦେଇଛି। ତେବେ ଏହା ନକ୍ସଲଙ୍କ ଡ୍ରୋନ କ୍ୟାମେରା ବୋଲି ସନ୍ଦେହ କରାଯାଉଛି। ଏହି ଘଟଣାକୁ ନେଇ ପୁଲିସ୍‌ ତତ୍ପରତା ପ୍ରକାଶ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ପୁଲିସ୍‌ ଡ୍ରୋନ କ୍ୟାମେରା ଉଡ଼ାଇ ନକ୍ସଲଙ୍କ ଗତିବିଧି ଲକ୍ଷ୍ୟ କରୁଥିବା ବେଳେ ନକ୍ସଲମାନେ ପୁଲିସ୍‌କୁ କାଉଣ୍ଟର ଦେବା ପାଇଁ ଏହି ଡ୍ରୋନ କ୍ୟାମେରା ଉଡ଼ାଉଥିବା ସନ୍ଦେହ କରାଯାଉଛି।

By amfnews

Related Post