Wed. Aug 5th, 2026

କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ଗିରଫ

304 Views

ଇସାଲାମାବାଦ  : ୨୬/୧୧ ମୁମ୍ୱାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ତଥା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜାମାତ୍ ଉଦ୍ ଦୁଓ୍ୱାର ମୁଖ୍ୟ ହାଫିଜ୍ ସୟିଦ୍‌କୁ ଶେଷ ପାକିସ୍ତାନ ଗିରଫ କରିଛି। ଲାହୋରରୁ ଗୁଜରନଓ୍ୱାଲା ଯାଉଥିବା ବେଳେ ହାଫିଜକୁ ପାକିସ୍ତାନର କାଉଣ୍ଟର ଟେରୋରିଜିମ୍ ଡିପାର୍ଟମେଣ୍ଟ୍‌ ଓ ପଞ୍ଜାବ (ପାକିସ୍ତାନର) ପୁଲିସ୍‌ ମିଳିତ ଭାବେ ଗିରଫ କରିଛନ୍ତି। କୋର୍ଟ ହାଜର କରାଯିବା ପରେ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି।୨୦୦୯ରେ ଏକ ମାମଲାରେ ହାଫିଜକୁ ଗିରଫ କରାଯାଇଥିବା ସୂଚନା ମିଳିଛି। ତେବେ ଉପର କୋର୍ଟରେ ଜାମିନ୍ ପାଇଁ ହାଫିଜ୍ ଆବେଦନ କରିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଗତବର୍ଷ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଟିଏଫ) ଆତଙ୍କବାଦୀଙ୍କୁ ବାନ୍ଧି ବା ପାଇଁ ପାକିସ୍ତାନ ସରକାର ଉପରେ ଚାପ ପକାଇଥିଲା। କାରଣ ପାକିସ୍ତାନରେ ଆତଙ୍କବାଦୀ ସକ୍ରିୟ ରହୁଥିବାରୁ ଦେଶରେ ଏବେ ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି। ଏବଂ ଆତଙ୍କବାଦୀଙ୍କୁ ଦମନ ନକଲେ କୌଣସି ଦେଶ ପାକିସ୍ତାନ ସହ କୌଣସି ସମ୍ପର୍କ ରଖିବେନି ବୋଲି କହିଥିଲେ।

ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ବନ୍ଦ ରଖିଥିବା ଏୟାରବେସକୁ ଭାରତ ପାଇଁ ଗତକାଲି ଖୋଲିଥିଲା ଏବଂ ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଆମେରିକା ଗସ୍ତରେ ଯିବେ। ଏଭଳି ସ୍ଥିତିରେ ହାଫିଜକୁ ଗିରଫ କରିବା ପଛରେ ପାକିସ୍ତାନ ଓ ଆମେରିକା ସହିତ ଭଲ ସମ୍ପର୍କ ରକ୍ଷା କରିବା ପାକିତ୍ସାନର ଉଦ୍ଦେଶ୍ୟ ହୋଇଥାଇପାରେ ବୋଲି ଆକଳନ ହେଉଛି। କାରଣ ଆମେରିକା ଗସ୍ତ ବେଳେ ଇମରାନ ଖାନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ନିକଟରେ ୧୨ଟି ଆତଙ୍କବାଦୀ ସଂଗଠନ ପାଖରୁ ହାଫିଜ ଚାନ୍ଦା ଆଣି ଆତଙ୍କବାଦୀ କାର୍ଯ୍ୟକଳାପକୁ ବୃଦ୍ଧି କରୁଥିବା ଉଦ୍ଦେଶ୍ୟରେ ୨୩ଟି ମାମଲା ରୁଜୁ ହୋଇଥିଲା। କିନ୍ତୁ ପାକିସ୍ତାନ ସରକାର ପ୍ରମାଣ ନକରିପାରିବାରୁ ହାଫିଜକୁ ଜାମିନ୍ ମିଳିଛି।

By amfnews

Related Post