Thu. Jun 18th, 2026

୧୪ ସନ୍ଦିଗ୍ଧ ଆତଙ୍କବାଦୀ ଚେନ୍ନାଇରୁ ଗିରଫ

162 Views

ଚେନ୍ନାଇ  : ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ବିଦେଶରୁ ପାଣ୍ଠି ସଂଗ୍ରହ କରୁଥିବା ଅଭିଯୋଗରେ ୧୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ଜାତୀୟ ଅନୁସନ୍ଧାନ ସଂସ୍ଥା ବା ଏନଆଇଏ। ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ଘର ତାମିଲନାଡୁରେ ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଜଣେ ୩୨ ବର୍ଷ ହେଲା ଦୁବାଇରେ ରହୁଥିଲା।

ଏହି ୧୪ ସନ୍ଦିଗ୍ଧ ବ୍ୟକ୍ତି ଆତଙ୍କବାଦୀ ସଂଗଠନ ଅଲ-କଏଦା ଏବଂ ୟେମେନର ଏକ ଆତଙ୍କବାଦୀ ସଂଗଠନ ସହ ଯୋଗାଯୋଗରେ ଥିଲେ। ଏଥିସହ ସେମାନେ ଓ୍ୱାହାଦତ-ଏ-ଇସଲାମ୍, ଜାମାତ୍ ଓ୍ୱାହେଦାତ-ଏ-ଇସଲାମ ଭଳି ଭିନ୍ନ ଭିନ୍ନ ନାମରେ ୟୁଏଇରୁ ପାଣ୍ଠି ସଂଗ୍ରହ କରୁଥିଲେ।

ୟୁଏଇ ସରକାର ଏହି ୧୪ ଜଣଙ୍କୁ ଭାରତ ପଠାଇବା ପୂର୍ବରୁ ୬ ମାସ ପାଇଁ ଗିରଫ କରିଥିଲା। ସୋମବାର ଦିନ ଏନଆଇଏ ବାବଦରେ ଜାଣିବା ପରେ ଚେନ୍ନାଇରେ ଏମାନଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜୁଲାଇ ୨୫ ଯାଏ ସମସ୍ତଙ୍କୁ ଜେଲ ପଠାଇ ଦିଆଯାଇଛି।

ଭାରତରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ସକ୍ରିୟ ରଖିବା ଏହି ୧୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି ଏନଆଇଏ ପ୍ରାଥମିକ ରିପୋର୍ଟରୁ ଜାଣିବାକୁ ପାଇଛି।

By amfnews

Related Post