Sun. Apr 26th, 2026

କଶ୍ମୀର ପ୍ରସଙ୍ଗରେ ମଲାଲାଙ୍କୁ ଜବାବ ଦେଲେ ବିଜେପି ସାଂସଦ ଶୋଭା

240 Views

ନୂଆଦିଲ୍ଲୀ  : ପାକିସ୍ତାନୀ ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫ ଜାଇ କଶ୍ମୀର ପ୍ରସଙ୍ଗରେ ରଖିଥିବା ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି କର୍ଣ୍ଣାଟକର ବିଜେପି ସାଂସଦ ଶୋଭା କରଣ୍ଡଲଜି। ସେ କହିଛନ୍ତି ଭାରତ ଏବେ ଜମ୍ମୁ କଶ୍ମୀରର ବିକାଶ ଉପରେ ଗୁରୁତ୍ୱ ଦେଉଛି। ତେଣୁ ଭାରତ ବାବଦରେ ଚିନ୍ତା କରିବା ପୂର୍ବରୁ ନିଜ ଦେଶର ଅଳ୍ପ ସଂଖ୍ୟକଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ବାବଦରେ ଚିନ୍ତା କରିବାକୁ ମଲାଲାଙ୍କୁ ପରମର୍ଶ ଦେଇଛନ୍ତି ଏହି ବିଜେପି ସାଂସଦ।

ସୂଚନାଯୋଗ୍ୟ, ଶନିବାର କଶ୍ମୀର ପ୍ରସଙ୍ଗରେ ମଲାଲା ଏକ ଟୁଇଟ୍ କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ‘ଜାତିସଂଘ ସାଧାରଣ ଆସେମବ୍ଲି(ୟୁଏନଜିଏ) କଶ୍ମୀରରେ ଶାନ୍ତି ପ୍ରସଙ୍ଗରେ କାମ କରୁ। କଶ୍ମୀର ବାସୀଙ୍କ ସମସ୍ୟା ବାବଦରେ ଅବଗତ ହୁଅନ୍ତୁ ଏମିତିକି ସେଠିକାର ଛୋଟ ଛୁଆ କିଭିଳି ସୁରକ୍ଷିତ ସ୍କୁଲ୍ ଯିବେ ତା ଉପରେ ଗୁରୁତ୍ୱ ଦିଆଯିବା ଦରକାର।“

ମଲାଲା କଶ୍ମୀର ପ୍ରସଙ୍ଗରେ ଯେଉଁ ଅଭିଯୋଗ ୟୁଏନଜିଏକୁ କରିଛନ୍ତି ପୂର୍ବରୁ ପାକିସ୍ତାନ ମଧ୍ୟ ସମାନ ଅଭିଯୋଗ ଆଣିଥିଲା। ଯାହାର କୌଣସି ପ୍ରମାଣ ନଥିଲା ବୋଲି ଭାରତ କହିଥିଲା। ମନଗଢ଼ା ଏବଂ ମିଛ ଖବର ପ୍ରଚାର କରି ଭାରତକୁ ବଦନାମ କରିବା ପାଇଁ ପାକିସ୍ତାନ ଏଭଳି ଅପପ୍ରଚାର କରୁଥିଲା ବୋଲି ଭାରତ କହିସାରିଛି।

By amfnews

Related Post