Fri. Jul 24th, 2026

ରେୱାରୀ ଷ୍ଟେସନ୍‌ ଉଡ଼ାଇବାକୁ ଧମକାଇଲା ‘ମାସୁଦ୍‌’

276 Views

ନୂଆଦିଲ୍ଲୀ  : ହରିଆଣାର ରେୱାରୀ ରେଲ୍‌ୱେ ଷ୍ଟେସନ୍‌ ଉଡ଼ାଇବାକୁ ଧମକାଇଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ। ଆସନ୍ତା ଅକ୍ଟୋବର ୮ ତାରିଖ ଭିତରେ ଏଭଳି ଭୟଙ୍କର ଆକ୍ରମଣ ହେବ ବୋଲି ଧମକାଇଛି ଏହି ସଂଗଠନ।

ପୁଲିସ୍‌ ଜବତ କରିଥିବା ଏହି ଚିଠି କରାଚିର କେହି ଜଣେ ‘ମାସୁଦ୍‌’ ଏହି ଚିଠି ପଠାଇଛି। ଚର୍ଚ୍ଚା ଆରମ୍ଭ ହୋଇଛି ଏହି ‘ମାସୁଦ୍‌’ ଜୈଶ୍‌ ମୁଖ୍ୟ ମାସୁଦ୍‌ ଆଝାର। ଏହି ଧମକ ପରେ ରେୱାରୀ ଷ୍ଟେସନ୍‌ ଚାରିକଡ଼େ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ଜୈଶ ଅଣ୍ଡରୱାଟର ଆକ୍ରମଣ କରିବା ପାଇଁ କିଛି ଆତଙ୍କୀଙ୍କୁ ତାଲିମ ଦେଉଛି ବୋଲି ପୂର୍ବରୁ ଖବର ମିଳିଥିଲା। ଏହାର ମୁକାବିଲା ପାଇଁ ଭାରତୀୟ ନୌବାହିନୀ ପୂର୍ବରୁ ପ୍ରସ୍ତୁତ ହୋଇ ରହିଛନ୍ତି। ସୀମା ସୁରକ୍ଷା ବଳ ଜାଣିବାକୁ ପାଇଥିଲା ପ୍ରାୟ ୫୦ ଜଣ ଆତଙ୍କବାଦୀ ଏହି ତାଲିମ ନେଉଛନ୍ତି।

By amfnews

Related Post