Thu. Jun 11th, 2026

କଶ୍ମୀରରେ ଦମନଲୀଳା ଚାଲିନି, କେବଳ ଆତଙ୍କବାଦୀଙ୍କ ଯୋଗାଯୋଗ ମାଧ୍ୟମ ବନ୍ଦ କରାଯାଇଛି: ସେନାମୁଖ୍ୟ ବିପିନ ରାଓ୍ଵତ

337 Views

ନୂଆଦିଲ୍ଲୀ  : କଶ୍ମୀର ଉପତ୍ୟକାର ଆତଙ୍କବାଦୀ ଏବଂ ପାକିସ୍ତାନରେ ଥିବା ସେମାନଙ୍କର ପରିଚାଳକମାନଙ୍କ ମଧ୍ୟରେ ଯୋଗସୂତ୍ର ମାଧ୍ୟମକୁ ବିଚ୍ଛିନ୍ନ କରାଯାଇଛି, କିନ୍ତୁ ବ୍ୟକ୍ତ ଓ ବ୍ୟକ୍ତିଙ୍କ ଯୋଗାଯୋଗ କ୍ଷେତ୍ରରେ ସେ ଭଳି କିଛି ସମସ୍ୟା ନାହିଁ ବୋଲି ଚେନ୍ନାଇ ଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେନା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ୍‌ କହିଛନ୍ତି।

ସେ ଆହୁରି କହିଲେ କି, କଶ୍ମୀରରେ ଦମନଲୀଳା ଚାଲୁଥିବା ପରି ତାଙ୍କର ମନେହୁଏ ନାହିଁ। ସେ କହିଲେ: ବାସ୍ତବ ଘଟଣା ସଂକ୍ରାନ୍ତରେ ଆପଣମାନେ ଅବଗତ ଥିବେ। ଆତଙ୍କବାଦୀମାନଙ୍କୁ ଦୂରେଇ ରଖାଯାଇଛି। ଆମେ କ୍ରମଶଃ ଲୋକମାନଙ୍କୁ ଚାପମୁକ୍ତ କରିବୁ। କିନ୍ତୁ, ସେଠାରେ ଦମନଲୀଳା ଚାଲିଥିବା କଥାରେ ମୁଁ ଏକମତ ନୁହେଁ। ଇଟାଭାଟି ଜଳୁଛି। ଚିମ୍‌ନିରୁ ଧୂଅାଁ ବାହାରୁ ଥିବା ଦେଖାଯାଉଛି। ଝେଲମ ନଦୀରୁ ବାଲି ସଂଗ୍ରହ ହେଉଛି।

ଦମନ କଥା ଆତଙ୍କବାଦୀମାନେ ଫାନ୍ଦିଥିଲେ। ଯଦି ଆପଣମାନେ କହୁଛନ୍ତି ଦୁଇ ମାସ ହେବ ଦମନଲୀଳା ଚାଲିଛି, ଲୋକେ ଖାଦ୍ୟପାନୀୟ ବିନା ବଞ୍ଚିଛନ୍ତି କେମିତି? ଧାରା ୩୭୦ ଉଚ୍ଛେଦ ପରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ସଂକ୍ରାନ୍ତରେ ଜେନେରାଲ୍‌ ରାଓ୍ଵତ କହିଲେ, ଆମ ଅଞ୍ଚଳକୁ ଆତଙ୍କବାଦୀ ପୂରାଇବାକୁ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଅସ୍ତ୍ରବିରତି ଉଲ୍ଲଂଘନକୁ କେମିତି ମୁକାବିଲା କରିବାକୁ ହୁଏ, ଆମେ ଜାଣୁ। ବାଲାକୋଟ୍‌ ପୁଣି ସକ୍ରିୟ ହୋଇଛି ଏବଂ ଭାରତରେ ଅନୁପ୍ରବେଶ କରିବାକୁ ପ୍ରାୟ ୫୦୦ ଆତଙ୍କବାଦୀ ଅପେକ୍ଷା କରିଛନ୍ତି।

By amfnews

Related Post