Sat. Sep 12th, 2026

କର୍ଣ୍ଣାଟକା ରାଜନୀତି: ପୁଣି ଫେରିବେ କଂଗ୍ରେସ ବିଧାୟକ !

270 Views

ନୂଆଦିଲ୍ଲୀ  : କର୍ଣ୍ଣାଟକା ରାଜନୀତିରେ ଆଉ ଏକ ଟୁଇଷ୍ଟ ଦେଖିବାକୁ ମିଳିଛି। ବିଦ୍ରୋହୀ କଂଗ୍ରେସ ବିଧାୟକ ପୁଣି ଥରେ ଦଳକୁ ଫେରିବା ନେଇ ଆଭାସ ମିଳିଛି। ଆଜି ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ଏମ୍‌ଟିବି ନାଗରାଜ୍ ଦଳକୁ ଫେରିବା ନେଇ ସୂଚନା ଦେଇଛନ୍ତି। ଏହା ପରେ କର୍ଣ୍ଣାଟକାରେ ଲାଗି ରହିଥିବା ଅସ୍ଥିରତାରେ କିଛିଟା ସୁଧାର ଆସିଛି।

ସବୁ ସମସ୍ୟାର ସମାଧାନ ହେବା ପରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାର ସୂଚନା ଦେଇଛନ୍ତି। ବିଜେପି ବିଧାୟକଙ୍କୁ ରିଜର୍ଟରେ ଏକାଠି ରଖି ବିଜେପି  ତା’ର ରଣନୀତି ପ୍ରସ୍ତୁତ କରୁଛି। ବେଙ୍ଗାଲୁରୁର ରାମଡା ହୋଟେଲରେ ଗତକାଲିଠୁ ୭୨ ବିଜେପି ବିଧାୟକଙ୍କୁ ରଖାଯାଇଛି। ବିଶେଷ କରି ବିଧାନସଭାରେ ହେବାକୁ ଥିବା ଆସ୍ଥା ଭୋଟ୍‌ରେ କ୍ରସ ଭୋଟିଂର ଆଶଙ୍କାକୁ ଏଡ଼ାଇବା ପାଇଁ ବିଜେପି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ କିଛି ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ଏବେ ବି ମୁମ୍ବାଇର ରେନେସାନ୍ସ ହୋଟେଲରେ ଅଛନ୍ତି।  ଏଥିପାଇଁ ହୋଟେଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

By amfnews

Related Post