Sun. Oct 4th, 2026

କରୋନାର ଦ୍ୱିତୀୟ ଡୋଜ୍ ଟିକା ନେଲେ ଅମିତାଭ ବଚ୍ଚନ, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

390 Views

ନୂଆଦିଲ୍ଲୀ,ମେ ୧୬ :

କରୋନା ମହାମାରୀରେ ଅଭିନେତା ଠାରୁ ଆରମ୍ଭ କରି ରାଜନେତା ସମସ୍ତେ ଆକ୍ରାନ୍ତ ହେଉଥିବା ବେଳେ ଏହା ଠାରୁ ବର୍ତ୍ତିବା ପାଇଁ ଏକ ମାତ୍ର ମାଧ୍ୟମ ରହିଛି କରୋନା ଟିକା । ଯାହା ବିଭିନ୍ନ ପର‌୍ୟ୍ୟାୟରେ ଲୋକମାନଙ୍କୁ ଦିଆଯାଉଛି ।

ଏହାରି ଭିତରେ ଅମିତାଭ ବଚ୍ଚନ ତାଙ୍କର ପ୍ରଥମ ଡ଼ୋଜ୍ କରୋନା ଟିକା ନେଇଯାଇଥିବା ବେଳେ ଆଜି ଅମିତାଭ ବଚ୍ଚନ ଦ୍ୱିତୀୟ ଡୋଜ୍ କରୋନା ଟିକା ଗ୍ରହଣ କରିଛନ୍ତି ।

ଏ ନେଇ ବିଗ୍ ବି ସୋସିଆଲ ମିଡିଆରେ ଏହି ଖବର ସେୟାର କରିଛନ୍ତି। ଆଜି ଦିନ ବିଗ୍ ବି ଇନଷ୍ଟାଗ୍ରାମରେ ଟିକାକରଣ କେନ୍ଦ୍ରରୁ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି ଯେ “ଦୁସ୍‌ରା ଭୀ ହୋ ଗୟା।

By amfnews

Related Post