Tue. Aug 4th, 2026

ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ସତ୍ୟଭଙ୍କ କରୋନାରେ ମୃତ୍ୟୁ

501 Views

ମହାରାଷ୍ଟ୍ର, ମେ ୧୬ :

ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ସାତଭଙ୍କର ଆଜି ଦେହାନ୍ତ ହୋଇଛି। ସେ କରୋନା ସଂକ୍ରମିତ ହୋଇଥିଲେ। କରୋନାରୁ ସୁସ୍ଥ ହୋଇଆସୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି।

କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ନିକଟତର ବୋଲି ବିଶ୍ୱାସ କରାଯାଉଥିବା ବେଳେ ସେ ଏପ୍ରିଲ ୨୨ରେ କରୋନାରେ ସଂକ୍ରମିତ ହୋଇଥିଲେ। ପରେ ସେ ଏକ ନୂଆ ତଥା ସାଂଘାତିକ ଭୂତାଣୁ ଦ୍ବାରା ପୀଡିତ ହେବାରୁ ଗୁରୁତର ହୋଇପଡିଥିଲେ ।

କଂଗ୍ରେସ ସାଂସଦ ରାଜୀବ ସାତଭଙ୍କର ରବିବାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସେ କିଛି ଦିନ ପୂର୍ବରୁ କୋଭିଡରୁ ସୁସ୍ଥ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା।

କରୋନାରୁ ଭଲ ହୋଇଆସୁଥିଲେ ମଧ୍ୟ ନୂଆ ସଂକ୍ରମଣ ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କ ବିୟୋଗ କଂଗ୍ରେସ ଦଳର ଏକ ବିରାଟ କ୍ଷତି ହୋଇଥିବା ମତ ପ୍ରକାଶ ପାଇଛି ।

By amfnews

Related Post