Wed. Jul 15th, 2026

କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧରେ ନାବାଳିକାଙ୍କୁ ଦୁଷ୍କର୍ମ, ଥାନାରେ ଜଣେ ଅଟକ

271 Views

କନ୍ଧମାଳ: କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ତୁମୁଡିବନ୍ଧରେ ରହୁଥିବା ଜଣେ ଲୋକଙ୍କ ଘରେ କେହି ନଥିଲେ। ତାଙ୍କ ଘରେ ନାବାଳିକା ଝିଅ ଏକୁଟିଆ ଥିଲେ। ଏହାର ସୁଯୋଗନେଇ ପଡ଼ିଶାରେ ରହୁଥିବା ଜଣେ ଯୁବକ ଘର ଭିତରକୁ ଜବରଦସ୍ତି ପଶିଯାଇ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା। ଏହାପରେ ସେ କାହାକୁ ଏ ବିଷୟରେ କିଛି ନ କହିବାକୁ ଧମକ ଦେଇ ଚାଲିଯାଇଥିଲା। କାହାରିକୁ କହିଲେ ଜୀବନରୁ ମାରିଦେବାର ମଧ୍ୟ ଧମକ ଦେଇଥିଲା ଅଭିଯୁକ୍ତ ।

ପରିବାର ଲୋକେ ଘରକୁ ଫେରିବା ପରେ ପୀଡ଼ିତା ନାବାଳିକାଜଣଙ୍କ ସବୁ କଥା କାନ୍ଦି କାନ୍ଦି କହିଥିଲେ । ଏହାପରେ ପୀଡ଼ିତାଙ୍କ ପରବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ପଡ଼ିଶା ଘରୁ ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିଲା। ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

By amfnews

Related Post