Mon. Aug 24th, 2026

ପଶ୍ଚିମବଙ୍ଗର ରାଜ୍ୟପାଳଙ୍କ ଅଭିଯୋଗ, ମମତା ତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ‘ତୁ ଚିଜ ବଡି ହେ ମସ୍ତ ମସ୍ତ’

309 Views

କୋଲକାତା: ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଯେ, ମମତା ବାନାର୍ଜୀ ତାଙ୍କ ସଂପର୍କରେ ଅଭଦ୍ର ଟିପ୍ପଣୀ ଦେଇଛନ୍ତି। ସେ ନିଜର ଟୁଇଟର ଜରିଆରେ ଏହି ଅଭିଯୋଗ ଆଣିଛନ୍ତି। ଏଥିରେ ରାଜ୍ୟପାଳ ଜଗଦୀପ ଧନଖଡ଼ ଲେଖିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ମୋ’ଉଦ୍ଦେଶ୍ୟରେ କହିଥିଲେ ଯେ- ‘ତୁ ଚିଜ ବଡି ହେ ମସ୍ତ ମସ୍ତ।’

ରାଜ୍ୟପାଳ ପଶ୍ଚିମବଙ୍ଗରୁ ପ୍ରକାଶିତ ଏକ ବଙ୍ଗଳା ଖବରକାଗଜରେ ନିଜର ଏହି ବିଷୟ ଉଲ୍ଲେଖ କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ଉକ୍ତ ଖବରକାଗଜରେ ଲେଖାଯାଇଛି, ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ସମ୍ପର୍କରେ କହିବା ସମୟରେ ତାଙ୍କ ନାଁ ନ ନେଇ କହିଥିଲେ ‘ତୁ ଚିଜ ବଡି ହେ ମସ୍ତ ମସ୍ତ’।

ଏସମ୍ପର୍କରେ ରାଜ୍ୟପାଳ କହିଛନ୍ତି ଯେ ସେ ମମତାଙ୍କ ଏହି ମନ୍ତବ୍ୟର ଜବାବ ଦେବାକୁ ଉଚିତ ମନେ କରୁ ନାହାନ୍ତି, କାରଣ ମମତା ବାନାର୍ଜୀ ଯେଉଁ ପଦବୀରେ ଅଛନ୍ତି ତାକୁ ସେ ସମ୍ମାନ ଦିଅନ୍ତି।

By amfnews

Related Post