Thu. Jun 11th, 2026

କଂଗ୍ରେସ ଆରମ୍ଭ କରିଥିବା ଖେଳର ପରିସମାପ୍ତି କରିବ ବିଜେପି : ଶିବରାଜ ସିଂହ ଚୌହାନ୍

373 Views

ଗୋରଖପୁର  : ଗତ କିଛି ଦିନ ହେବ ମଧ୍ୟପ୍ରଦେଶରେ ରାଜନୈତିକ ନାଟକବାଜି ଆରମ୍ଭ ହୋଇଯାଇଛି । ବିଜେପିର ଦୁଇ ବିଧାୟକ ନାରାୟଣ ତ୍ରିପାଠୀ ଏବଂ ଶରଦ କୋଲ ଦଳ ବିରୋଧରେ ଯାଇ କଂଗ୍ରେସ ସହିତ ହାତ ମିଶାଇଛନ୍ତି । ଉଭୟ ବିଧାୟକ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଉପରେ ଅଧିକ ବିଶ୍ୱାସ କରିଛନ୍ତି । ଏହାରି ମଧ୍ୟରେ ସରକାରଙ୍କ ନିକଟତର କମ୍ପ୍ୟୁଟର ବାବା ମଧ୍ୟ ଦାବି କରିଛନ୍ତି ଯେ, ବିଜେପିର ୪ ଜଣ ଅନ୍ୟ ବିଧାୟକ ମଧ୍ୟ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି । ସେ କହିଛନ୍ତି ଯେ ଏମାନଙ୍କର ଘରବାହୁଡ଼ା ହେବ।

ଏହି ଘଟଣା ଉପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ କହିଛନ୍ତି, ମଧ୍ୟପ୍ରଦେଶରେ କଂଗ୍ରେସ ଖରାପ ଖେଳ ଆରମ୍ଭ କରିଛି, ଯାହାକୁ ବିଜେପି ଶେଷ କରିବ । ଚୌହାନ କହିଛନ୍ତି, ମଧ୍ୟପ୍ରଦେଶରେ କଂଗ୍ରେସର ମାର୍ଗ ଦର୍ଶନରେ ୨ ଜଣ ବିଜେପି ବିଧାୟକ ଦଳ ଛାଡ଼ିଛନ୍ତି । କିନ୍ତୁ ଗତ ବିଧାନସଭା ନିର୍ବାଚନରେ ବିଜେପି କଂଗ୍ରେସଠାରୁ ଟିକେ କମ୍ ଆସନ ଜିତିଥିବା ହେତୁ ନୈତିକତା ଆଧାରରେ ସରକାର ଗଠନଲାଗି ଦାବି କରି ନଥିଲା। କଂଗ୍ରେସକୁ ଏହାର କଡ଼ା ଜବାବ ଦିଆଯିବ ଏବଂ ଏହି ଖେଳର ପରିସମାପ୍ତି କରିବ ବିଜେପି ବୋଲି ଶିବରାଜ ସିଂହ ଚୌହାନ୍ କହିଛନ୍ତି।

By amfnews

Related Post