Sat. Jul 4th, 2026

ପାକିସ୍ତାନର ଅର୍ଦ୍ଧାଧିକ ପରିବାର ଦୈନିକ ଦୁଇଓଳି ଖାଇବାକୁ ପାଆନ୍ତି ନାହିଁ

233 Views

କରାଚି  : ଦାରିଦ୍ର୍ୟ ଯୋଗୁଁ ପାକିସ୍ତାନର ପ୍ରାୟ ଅର୍ଦ୍ଧେକ ପରିବାର ଆବଶ୍ୟକ ପୋଷକତତ୍ତ୍ୱ ପାଇ ପାରୁ ନାହାନ୍ତି। ଫଳରେ ବହୁ ସଂଖ୍ୟକ ପିଲା କୁପୋଷଣର ଶିକାର ହେଉଛନ୍ତି ଓ ସେମାନଙ୍କ ବୃଦ୍ଧିରେ ବାଧା ସୃଷ୍ଟି ହେଉଛି ବୋଲି ଏକ ସର୍ଭେରୁ ଉଦ୍ଧାର କରି ଶୁକ୍ରବାର ଦିନ ଗଣମାଧ୍ୟମ ରିପୋର୍ଟ କରିଛି।

୨୦୧୮ ମସିହା ଜାତୀୟ ପୋଷକତତ୍ତ୍ୱ ସର୍ଭେ ଅନୁସାରେ, ଦାରିଦ୍ର୍ୟ ଯୋଗୁଁ ପାକିସ୍ତାନର ୫୦% ପରିବାର ଦୁଇ ଓଳି ଖାଇବାକୁ ପାଉ ନ ଥିବାରୁ ସୁଷମ ଆହାରଜନିତ ଅଭାବ ପରିଲକ୍ଷିତ ହେଉଛି ବୋଲି ‘ଦି ଏକ୍ସ୍‍ପ୍ରେସ୍‌ ଟ୍ରିବ୍ୟୁନ୍‌’ ଖବର ପ୍ରକାଶ କରିଛି।

ଏଥିଯୋଗୁଁ ପାକିସ୍ତାନରେ ପ୍ରାୟ ୪୦. ୨% ପିଲାଙ୍କର ମାନସିକ ଓ ଶାରୀରିକ ବିକାଶ ଘଟି ପାରୁ ନାହିଁ। ସର୍ଭେରୁ ଆହୁରି ଜଣାପଡ଼ିଛି କି, ୩୬. ୯% ପାକିସ୍ତାନୀ ପରିବାର ଖାଦ୍ୟ ସୁରକ୍ଷାରୁ ବଞ୍ଚିତ।

ସର୍ଭେ ସମୟରେ ପ୍ରାୟ ୧୧୫, ୬୦୦ ପରିବାରରେ ଅଧ୍ୟୟନ କରାଯାଇଥିଲା। ସେ ପରିବାରଗୁଡ଼ିକରେ ଥିଲେ ୧୪୫, ୩୨୫ ମହିଳା, ପାଞ୍ଚ ବର୍ଷରୁ କମ୍‌ ବୟସ୍କ ୭୬, ୭୪୨ ପିଲା ଏବଂ ୧୦ ବର୍ଷରୁ ୧୯ ବର୍ଷ ମଧ୍ୟରେ ୧୪୫, ୮୪୭ ନାବାଳକ ଥିଲେ।

By amfnews

Related Post