Thu. Jun 11th, 2026

ଓଡ଼ିଆରେ ନାମ ଫଳକ ବାଧ୍ୟତାମୂଳକ, ଖିଲାପ କଲେ ଜୋରିମାନା

238 Views

ଭୁବନେଶ୍ୱର : ଏଣିକି ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ବାଧ୍ୟତାମୂଳକ। ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ ସଂଶୋଧନ ଅନୁସାରେ ଏହି ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଏହି ଆଇନକୁ ପ୍ରଥମଥର ଉଲ୍ଲଂଘନ କଲେ ୧ହଜାର ଟଙ୍କାରୁ ୫ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ କଲେ ୨ହଜାରରୁ ୨୫ହଜାର ପର୍ଯ୍ୟନ୍ତ ଜୋରିମାନା ହୋଇପାରେ।

ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ଏବଂ ଜନସାଧାରଣଙ୍କ ଭାଗିଦାରୀ ସମ୍ପର୍କରେ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଓଡ଼ିଆ ଫଳକ ନାମକ ଏକ ୱେବ ପୋର୍ଟାଲ www.odiaphalaka.odisha.gov.in ଆରମ୍ଭ କରାଯାଇଛି। ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ।

By amfnews

Related Post