Wed. Sep 2nd, 2026
319 Views

ଚିତ୍ରକୋଣ୍ଡା  :- ମାଲକାନଗିରି ଜିଲ୍ଲାର କରୁକୋଣ୍ଡା ବ୍ଲକର ନାକମାମୁଡ଼ି ପଞ୍ଚାୟତରେ ଚଢ଼ଉ କରାଯାଇ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ମାଲକାନଗିରି ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ଥାନା ମିଳିତ ଉଦ୍ୟମରେ ଗତକାଲି ଏହି ଚଢ଼ଉ କରାଯାଇଥିଲା।

ଚିତ୍ରକୋଣ୍ଡା ଥାନା ଅଧୀନ ନାକାମାମୁଡ଼ି ପଞ୍ଚାୟତର ଖଡିକାଝାଡୁ,ସିନ୍ଧିଗୁଡା,ଡାଇକ ୨, ଡାଇକ ୩ ଆଦି  ଗ୍ରାମରେ ପାଖାପାଖି ୫୦ ଏକର ଜମିରେ ହୋଇଥିବା ୮୪,୦୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏହି  ଗଞ୍ଜେଇ ଗଛଗୁଡିକ କାଟି ସଫା କରିବା ସହ କଟା ଗଞ୍ଜେଇ ଗଛକୁ ନିଆଁ ଲଗାଇ ଜାଳି ଦିଆଯାଇଛି। ଉଭୟ ବିଭାଗ ଦ୍ଵାରା ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ଉ କରି ନଷ୍ଟ କରିଯିବା ଲକ୍ଷ୍ୟ ରଖାଯାଇଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ।

By amfnews

Related Post