Thu. May 14th, 2026

ଏହି ସବୁ ଜିଲ୍ଲାରେ ହେବ ବର୍ଷା ସହ ଝଡ଼ତୋଫାନ

369 Views

ଭୁବନେଶ୍ୱର : ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର,ବାଲେଶ୍ୱର,ଢେଙ୍କାନାଳ,ଅନୁଗୋଳ, ବଲାଙ୍ଗିର,ସୋନପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଝଡ଼ ତୋଫାନ ସହ ବଜ୍ରପାତ ହେବ। ଏଥିସହିତ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ। ସେହିପରି ଦକ୍ଷିଣ ଓଡ଼ିଶାର କିଛିଟା ସ୍ଥାନରେ ବର୍ଷା ହେବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍ ଲକ୍ଷ୍ମୀକାନ୍ତ ମହାପାତ୍ର କହିଛନ୍ତି,“ରାଜସ୍ଥାନରୁ ଏକ ଟ୍ରଫ୍‌ ଲାଇନ ଝାରସୁଗୁଡ଼ା ଓ ଚାନ୍ଦବାଲି ଦେଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଛତିଶଗଡ଼-ଓଡ଼ିଶା-ଝାଡଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର,ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର,ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।”

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି,“ ଆଜି ସକାଳ ସାଢ଼େ ଆଠଟା ସୁଦ୍ଧା ପାରାଦୀପରେ ସର୍ବାଧିକ ୩୬ ମିଲିମିଟିର ବର୍ଷା ରେକର୍ଡ କରାଯାଇଛି। ସେହିପରି କଟକରେ ୨୦ ମିମି, ବଲାଙ୍ଗିରରେ ୧୬ ମିମି ଓ ଚାନ୍ଦବାଲିରେ ୧୪ ମିମି ଓ ଭୁବନେଶ୍ୱରରେ ୯ ମିମି ବର୍ଷା ରେକର୍ଡ କରାଯାଇଛି।”

By amfnews

Related Post