Sun. Oct 4th, 2026

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

298 Views

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ରଙ୍ଗମାଟିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ଦୀପକ ବେହେରା ଓରଫ ଲଣ୍ଡା। ତାଙ୍କ ଘର ରଙ୍ଗମାଟିଆ ଅଞ୍ଚଳରେ।

ଗତକାଲି ସଂଧ୍ୟାରେ ଦୀପକ ଦୋକନ ବନ୍ଦ କରି ଘରକୁ ଫେରୁଥିଲେ। ରଙ୍ଗମାଟିଆ ଅଞ୍ଚଳରେ କେତେକ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଦୀପକଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ ଅନୁମାନ କରୁଛି। ହତ୍ୟାକାଣ୍ଡ ପରେ ରଙ୍ଗମାଟିଆରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ ମୁତୟନ କରାଯାଇଛି।

By amfnews

Related Post