Thu. Jun 11th, 2026

ଏସ୍‌ସିବିରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

198 Views

କଟକ : କଟକ ବଡ଼ ଡାକ୍ତରଖାନାରେ ଗତକାଲି ସନ୍ଧ୍ୟାରେ ଜଣେ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କୈଳାସ ଚନ୍ଦ୍ର ସାହୁ।

 

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର କୈଳାସଙ୍କୁ ଗତ ସୋମବାର ଗୁରୁତର ଅବସ୍ଥାରେ ଏଠାରେ ଭର୍ତ୍ତି କରାଯାଇଥିଲା। ରକ୍ତ ପରୀକ୍ଷା ପରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ମଙ୍ଗଳବାର ଦିନ ଡେଙ୍ଗୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲ। ତେବେ ଗତକାଲି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଏହାକୁ ମିଶାଇ କଟକ ବଡ଼ ମେଡ଼ିକାଲରେ ଚଳିତ ବର୍ଷ ଡେଙ୍ଗୁ ମୃତ୍ୟୁ ସଂଖ୍ୟା ତିନିରେ ପହଞ୍ଚିଛି।

By amfnews

Related Post