Thu. Jun 11th, 2026

ଓଲଟି ପଡ଼ିଲା ପାଣି ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ

187 Views

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ‘କଚା’ ଛକ ନିକଟରେ ଗତକାଲି ରାତିରେ ଏକ ପାଣି ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି। ମୃତ ହେଲ୍‌ପରଙ୍କ ନାଁ ସନ୍ତୋଷ ତିଗା। ତେଲିପୋଷ ଗ୍ରାମ ସଂଲଗ୍ନ ବିରଙ୍ଗା ଟୋଲା ବସ୍ତିରେ ସେ ରହୁଥିଲେ। ସେହିପରି ଆହତ ଡ୍ରାଇଭର ରାଜେନ୍ଦ୍ରଙ୍କ ଘର ବୀରମିତ୍ରପୁରର ତଲସେରା ଗାଁରେ। ତାଙ୍କୁ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ନଅଟା ବେଳେ ଟ୍ୟାଙ୍କରଟି ପାଣି ନେଇ ‘କଚା’ରୁ ହାତୀବାରିକୁ ଯାଉଥିଲା। ଏହି ସମୟରେ ଏକ ଟର୍ଣ୍ଣିଂରେ ଭାରସାମ୍ୟ ହରାଇ ଏହା ଓଲଟି ପଡ଼ିଥିଲା। ଫଳରେ ହେଲ୍‌ପର୍ ଏହା ତଳେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post