Tue. Oct 13th, 2026

ଏବେ ନାଲି ଆଖି ନୁହେଁ, ପିଠି ଆଉଁସା: ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଫୁଲ୍‌, ଚକୋଲେଟ୍‌ ଆଉ ହେଲ୍‌ମେଟ୍‌

352 Views

ଭୁବନେଶ୍ୱର  : ଏବେ ନାଲି ଆଖି ନୁହେଁ, ପିଠି ଆଉଁସା। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଏଣିକି କଟକରେ ଯାତ୍ରୀମାନଙ୍କୁ ଫୁଲ୍‌, ଚକୋଲେଟ୍‌ ଦେଇ ନିୟମ ମାନିବାକୁ ବୁଝାଇ ଦେଉଛି ଟ୍ରାଫିକ୍‌ ପୁଲିସ୍‌। ଟ୍ରାଫିକ୍‌ ଡିସିପି ସାଗରିକା ନାଥ ନିଜେ ତାଙ୍କ ହାତରୁ ଫୁଲ୍‌ ଦେଇ ଲୋକଙ୍କୁ ଟ୍ରାଫିକ୍‌ ନିୟମ ମାନିବାକୁ ବୁଝାଉଥିବାର ନଜର ଆସିଛନ୍ତି।ସେହିପରି ଭୁବନେଶ୍ୱରରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ କମିସନରେଟ ପୁଲିସ୍‌ ପକ୍ଷରୁ ଦୁଇଟି ବିକଳ୍ପ ଦିଆଯାଇଛି। ଯଦି କେହି ବିନା ହେଲ୍‌ମେଟ୍‌ରେ ଧରପଡ଼ନ୍ତି ତେବେ ସଙ୍ଗେ ସଙ୍ଗେ ସେଠାରୁ ହେଲ୍‌ମେଟ୍‌ କିଣି ପିନ୍ଧିବେ। ଆଉ ଯଦି ହେଲ୍‌ମେଟ୍‌ କିଣି ନପିନ୍ଧନ୍ତି ତେବେ ୫୦୦ ଟଙ୍କା ଜରିମାନା ଦେବେ।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ପହିଲାରୁ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଲୋକମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି। ଏହି ଜରିମାନା ବ୍ୟବସ୍ଥାକୁ ଏହି ବହୁ ସ୍ଥାନରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ଦୁଇ ଦିନ ତଳେ ରାଜଧାନୀ ଭୁବନେଶ୍ୱରର ରାଜମହଲ ଛକ ଜରିମାନାକୁ ନେଇ ରଣକ୍ଷେତ୍ର ପାଲଟିଥିଲା। ଅନେକଗୁଡ଼ିଏ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩ ମାସ ପାଇଁ ନିୟମ କୋହଳ କରି ଦେଇଛନ୍ତି। ଏପଟେ ଟ୍ରାଫିକ୍‌ ପୁଲିସ୍‌ ଅତି ଆଦରର ସହକାରେ ଲୋକ ସଚେତନ ସୃଷ୍ଟି କରିବାକୁ ଚେଷ୍ଟା ଜାରି ରଖିଛି।

By amfnews

Related Post