Mon. Sep 14th, 2026

ଏନ୍‌ଆରସି ମୁସଲିମ୍‌ଙ୍କୁ ଟାର୍ଗେଟ୍‌ କରିବାକୁ ଷଡ଼ଯନ୍ତ୍ର: ଇମ୍ରାନ୍‌

689 Views

ଇସଲମାବାଦ୍‌ : ଏନ୍‌ଆରସି ଚୂଡ଼ାନ୍ତ ତାଲିକା ପ୍ରକାଶ ପାବା ପରେ ପାକିସ୍ତାନ ପ୍ରଧାମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ମୁସଲିମ୍‌ଙ୍କୁ ଟାର୍ଗେଟ୍‌ କରିବା ପାଇଁ କରାଯାଉଥିବା ବୃହତ ଷଡ଼ଯନ୍ତ୍ରର ଏକ ଛୋଟ ଅଂଶ।

ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଭାରତକୁ ଲଗାତାର ଟାର୍ଗେଟ୍‌ କରିଆସୁଥିବା ଇମ୍ରାନ୍‌ ଟ୍ୱିଟର ଯୋଗେ କହିଛନ୍ତି, ମୋଦି ସରକାରଙ୍କ ମୁସଲିମ୍‌ ହଟାଇବା ପଦକ୍ଷେପ ଉପରେ ବିଭିନ୍ନ ଭାରତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମଙ୍କ ରିପୋର୍ଟ ସାରା ବିଶ୍ୱ ପାଇଁ ସତର୍କ ଘଣ୍ଟି ବଜାଇ ସୂଚନା ଦେଇଛି ବେଆଇନ କଶ୍ମୀର ଦଖଲ ଏକ ବୃହତ୍‌ ଷଡ଼ଯନ୍ତ୍ରର ଅଂଶ। ଏହା ପୂର୍ବରୁ ଇମ୍ରାନ୍‌ କହିଥିଲେ, ଯଦି ଭାରତକୁ ଅଟକାଇବା ପାଇଁ ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ କିଛି ପଦକ୍ଷେପ ନ ନିଅନ୍ତି ୨ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ସିଧାସଳଖ ଯୁଦ୍ଧରେ ଓହ୍ଲାଇବେ।

By amfnews

Related Post