Tue. Aug 25th, 2026

କଳାଧନ ବିରୋଧରେ ପ୍ରଥମ ପଦକ୍ଷେପ, ଆସନ୍ତାକାଲିଠୁ ମିଳିବ ସ୍ୱିସ୍ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ

526 Views

ନୂଆଦିଲ୍ଲୀ : କଳାଧନ ବିରୋଧରେ ଅନ୍ୟତମ ସଫଳତା ସ୍ୱରୂପ ଆସନ୍ତାକାଲିଠାରୁ ସ୍ୱିସ୍ ବ୍ୟାଙ୍କରେ ଆକାଉଣ୍ଟ ଥିବା ଭାରତୀୟଙ୍କ ବାବଦରେ ତଥ୍ୟ ମିଳିବା ଆରମ୍ଭ ହେବ । ଏହାଫଳରେ କେଉଁ ଭାରତୀୟଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବା ସହ କିଛି ଅନିୟମିତତା ଥିଲେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ।

ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ ପକ୍ଷରୁ କୁହାଯାଇଛି, ଏଥର ‘ସ୍ୱିସ୍ ବ୍ୟାଙ୍କ ସିକ୍ରେସି’ ଯୁଗର ଅନ୍ତ ଘଟିବ। ଗତ ୨୯ ଏବଂ ୩୦ରେ ସ୍ୱିସ୍ ବ୍ୟାଙ୍କର ଏକ ପ୍ରତିନିଧି ମଣ୍ଡଳୀ ସିବିଡିଟି ଅଧ୍ୟକ୍ଷ ପିସି ମୋଡିଙ୍କ ସହ ଆଲୋଚନା କରିଥିଲେ।

ସେପ୍ଟେମ୍ବର ମାସରୁ ହିଁ ପ୍ରଥମ ଅଟୋମେଟିକ୍ ଏକ୍ସଚେଞ୍ଜ ଅଫ୍ ଫାଇନାନ୍ସିଆଲ୍ ଆକାଉଣ୍ଟ ଇନ୍ଫର୍ମେସନ୍ ଆରମ୍ଭ ହେବ। ଭାରତ ପ୍ରଥମ ପର୍ଯ୍ୟାୟରେ ୨୦୧୮ ମସିହାର ଆର୍ଥିକ କାରବାର ବାବଦରେ ତଥ୍ୟ ପାଇବା ଆରମ୍ଭ କରିବ।

By amfnews

Related Post