Thu. Sep 3rd, 2026

ଏଣିକି ବିଜୁ ସେତୁ ପ୍ରକଳ୍ପ କାମ ବିଳମ୍ବ ହେଲେ ଅଧିକାରୀ ଉତ୍ତରଦାୟୀ ରହିବେ: ପିଏସି

237 Views

ଭୁବନେଶ୍ୱର : ଏଣିକି ବିଜୁ ସେତୁ ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହେବ। ବିଳମ୍ବଯୋଗୁଁ ପ୍ରକଳ୍ପ ପାଇଁ ଧାର୍ଯ୍ୟ ହୋଇଥିବା ବ୍ୟୟ ଅଟକଳ ଖର୍ଚ୍ଚ ଅଧିକ ହେଉଛି। ଆଜି ବିଧାନସଭା ପବ୍ଲିକ ଆକାଉଣ୍ଟସ କମିଟି ବୈଠକରେ ୨୦୧୩-୧୪ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୧୩ଟି ବିଜୁ ସେତୁ ନିର୍ମାଣ ଉପରେ ମହାଲେଖାଗାର ଦେଇଥିବା ରିପୋର୍ଟ ଉପରେ ତର୍ଜମା କରାଯାଇଥିଲା। ବୈଠକରୁ ଜଣାପଡ଼ିଛି, ମୋଟ ୨୦ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ଏହିସବୁ ସେତୁ ନିର୍ମାଣରେ କୌଣସି ଆର୍ଥିକ ଅନିୟମିତତା ହୋଇନାହିଁ। ସେଥିରୁ ୭ଟି ପ୍ରକଳ୍ପ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନ ଥିବାରୁ ପିଏସି ଅସନ୍ତୋଷ ପ୍ରକାଶ କରିଥିଲେ। କେତୋଟି ସେତୁ ନିର୍ମାଣରେ ବିଳମ୍ବ ପାଇଁ ବ୍ୟୟ ଅଟକଳଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଛି। ସେଥିପାଇଁ ଅନ୍ୟ ଯୋଜନାରୁ ଅର୍ଥ ଆଣି ଖର୍ଚ୍ଚ କରିବାକୁ ପଡ଼ିଥିଲା। ବିଳମ୍ବ ପାଇଁ ସରକାରଙ୍କୁ ଅଧିକ ଆର୍ଥିକ ବୋଝ ବହନ କରିବାକୁ ପଡ଼ୁଥିବାରୁ ଆଉ ଭବିଷ୍ୟତରେ ଏପରି ବିଳମ୍ବ ପାଇଁ ସମ୍ପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

By amfnews

Related Post