Wed. Jun 10th, 2026

ବିଦ୍ୟୁତ ଆଘାତରେ ଧାମରା ଆଦାନୀ କମ୍ପାନିର ଜଣେ ଶ୍ରମିକଙ୍କର ମୃତ୍ୟୁ, ତିନି ଗୁରୁତର

220 Views

ଭଦ୍ରକ  : ଭଦ୍ରକ ଜିଲ୍ଲାର ଧାମରା ଆଦାନୀ କମ୍ପାନିର ସାର ଗୋଦାମରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଶ୍ରମିକ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିବା ଜଣାଯାଇଛି।ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଗତକାଲି ନାଇଟ ସିଫଟରେ କାମକରୁଥିବା ବେଳେ ଏହି ଅଘଟଣ ଘଟିଥିବାର ସୂଚନା ମିଳିଛି। ବାହାର ରାଜ୍ୟର ଶ୍ରମିକ ସାର କାରଖାନାରେ ମେସିନ ଚଳାଉଥିବା ବେଳେ ବିଦ୍ୟୁତ ଆଘାତ ଲାଗିଥିଲା।

ମିଳିଥିବା ସୂଚନାରେ ଗତ କାଲି ରାତ୍ରି ୪ଟାରେ ବନ୍ଦର ମଧ୍ୟରେ ଥିବା ସାର କାରଖାନାରେ ଉଚ୍ଚକ୍ଷମତାସମ୍ପନ୍ନ ୪୪୦ ଭୋଲ୍ଟ ମେସିନ ଚଳାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ହେତୁ ଉକ୍ତ ସେକ୍ସନରେ ହଠାତ ବିଦ୍ୟୁତ ଚାର୍ଜ ହୋଇଥିଲା ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଶ୍ରମିକ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲେ। ସେହି ସ୍ଥାନକୁ ଶ୍ରମିକମାନଙ୍କୁ ଛଡ଼ା ଯାଉନଥିବାବେଳେ ଚାପା ଉତ୍ତେଜନା ଦେଖା ଦେଇଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ଜଣାଯାଇଛି।

By amfnews

Related Post